ଗରିବଙ୍କ ଉପରେ କଂଗ୍ରେସ କରିବ ସର୍ଜିକାଲ ଷ୍ଟ୍ରାଇକ : ରାହୁଲ ଗାନ୍ଧୀ

ରେମୁଣା : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ୱର ରେମୁଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି। ରାହୁଲ ଭାଷଣର ପ୍ରଥମରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦେଶରେ ବେକାରୀ ଏକ ବଡ ନିର୍ବାଚନୀ ମୁଦ୍ଦା ବୋଲି ସେ କହିଛନ୍ତି। ବିମୁଦ୍ରାୟନ ଓ ଜିଏସଟି ଦ୍ୱାରା ଅଧିକ ବେକାରୀ ସୃଷ୍ଟି ହୋଇଥିବା ରାହୁଲ କହିଛନ୍ତି।
ପରେ ରାହୁଲ ଗାନ୍ଧୀ କଂଗ୍ରେସର ନ୍ୟାୟ ଯୋଜନା ବିଷୟରେ ଲୋକଙ୍କୁ କହିଛନ୍ତି। ଏହି ଯୋଜନା ଦ୍ୱାରା ୫କୋଟି ପରିବାରର ୨୫କୋଟି ଲୋକ ଉପକୃତ ହେବେ। ଗରିବ ପରିବାରକୁ ୭୨ ହଜାର ଟଙ୍କା ଦିଆଯିବ। ନ୍ୟାୟ ଯୋଜନା ଦ୍ୱାରା ବେକାରୀ ସମସ୍ୟା ଦୂର ହେବ। ଗରିବ ମାନଙ୍କ ପାଇଁ କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକ କରିବ। ଅନୀଲ ଆମ୍ବାନୀ, ନୀରବ ମୋଦୀ, ବିଜୟ ମାଲ୍ୟାଙ୍କ ଠାରୁ ପଇସା ଅଣାଯିବ। ଆଦିବାସୀ ମାନଙ୍କ ପାଇଁ କଂଗ୍ରେସ ସବୁସମୟରେ ରହିଛି। ନିୟମଗିରି ପାଇଁ କଂଗ୍ରେସ ଜମିଅଧିଗ୍ରହଣ ପାଇଁ ଆମେ ବିଲ ଆଣିଥିଲୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Comments are closed.