ମୂଳ ପ୍ରସଙ୍ଗରୁ ଓହରି ଯାଉଛି ବିଜେପି – ରାହୁଲ୍‍ ଗାନ୍ଧି

ମହାରାଷ୍ଟ୍ର: ବି.ଜେ.ପି. ନେତୃତ୍ୱ ଏବଂ ଗଣମାଧ୍ୟମ ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ୍‍ ଗାନ୍ଧି। ଆଗାମୀ ନିର୍ବାଚନ ପାଇଁ ମହାରାଷ୍ଟ୍ରର ଲାଟୁର୍‍ ଜିଲ୍ଲାର ଅଉସାରେ ରବିବାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାହୁଲ୍‍ କହିଛନ୍ତି, ଯୁବବର୍ଗ ଯେତେବେଳେ ଚାକିରି ସମ୍ପର୍କରେ ପଚାରୁଛନ୍ତି, ସରକାର ସେତେବେଳେ ସେମାନଙ୍କୁ ଚନ୍ଦ୍ର ଦେଖିବା ପାଇଁ କହୁଛନ୍ତି।

ସେ ମଧ୍ୟ ଅଭିଯୋଗ କରି କହିଛନ୍ତି, ୧୫ ଜଣ ଧନୀ ବ୍ୟକ୍ତିଙ୍କର ୫ ଲକ୍ଷ ୫୦ ହଜାର କୋଟି ଟଙ୍କାର ଋଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଛାଡ଼ କରାଯାଇଛି। ରାହୁଲ ଗାନ୍ଧି ଆଗାମୀ ବିଧାନସଭା ନିର୍ବାଚନପାଇଁ ପ୍ରଥମ ର‍୍ୟାଲିକୁ ସମ୍ବୋଧନ କରିଛନ୍ତି। ସେ ମଧ୍ୟ ମୁମ୍ବାଇର ଚାନ୍ଦିଭାଲି ଏବଂ ଧରାଭିରେ ର‍୍ୟାଲିକୁ ଉଦବୋଧନ ଦେଇଛନ୍ତି।

Comments are closed.