କରୋନାକୁ ନେଇ ମୋଦୀଙ୍କୁ ରାହୁଲଙ୍କ ୪ ପ୍ରଶ୍ନ

ନୂଆଦିଲ୍ଲୀ : କରୋନା ମହାମାରୀକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ସମାଲୋଚନା କରିଛନ୍ତି। କରୋନାକୁ ନେଇ ମୋଦୀଙ୍କୁ ଟ୍ବିଟର ମାଧ୍ୟମରେ ରାହୁଲ ୪ଟି ପ୍ରଶ୍ନ ପଚାରିଛନ୍ତି। ରାହୁଲଙ୍କ ପ୍ରଥମ ପ୍ରଶ୍ନ ହେଲା ବିଶ୍ବରେ ଯେତେସବୁ କରୋନା ଟିକାର ପରୀକ୍ଷା ଚାଲିଛି ସେଥିରୁ କେଉଁ ଟିକାକୁ ଭାରତ ସରକାର ବାଛିବେ ଓ କାହିଁକି ବାଛିବେ? ପ୍ରଶ୍ନ ୨- କେଉଁମାନଙ୍କୁ ପ୍ରଥମେ ଟିକା ଯୋଗାଇ ଦିଆଯିବ ଓ ଟିକା ବଣ୍ଟନର ରଣନୀତି କ’ଣ? ପ୍ରଶ୍ନ ୩- ମାଗଣା କରୋନା ଟିକାକରଣ ନିମନ୍ତେ ପିଏମ୍ କେୟାର୍ସ ପାଣ୍ଠି ବିନିଯୋଗ ହେବ କି ନାହିଁ? ପ୍ରଶ୍ନ ୪- କେଉଁ ସମୟ ସୁଦ୍ଧା ସମସ୍ତ ଭାରତୀୟ କରୋନା ଟିକା ପାଇବେ?

Comments are closed.