କୃଷିଋଣ ଛାଡ ନ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ଶୋଇବାକୁ ଦେବୁ ନାହିଁ : ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଓ ଛଡିଶଗଡରେ କଂଗ୍ରେସ ସରକାର ଗଠନ କରିବାପରେ କୃଷିଋଣ ଛାଡ କରିବା ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି। ମଙ୍ଗଳବାର ଏନେଇ ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ସମେତ ଦେଶର ବିଭିନ୍ନ ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ସୃଷ୍ଟି କରି ଦେଶର କୃଷକଙ୍କ କୃଷିଋଣ ଛାଡ କରିବାକୁ ଚେଷ୍ଟା କରିବୁ। ଏହା ନହବୋ ପର୍ଯ୍ୟନ୍ତ ଆମେ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତିରେ ଶୁଆଇ ଦେବୁ ନାହିଁ। ଯଦି ଏହା ମୋଦୀ ସରକାର ନ କରୁଛନ୍ତି ତେବେ କଂଗ୍ରେସ ସରକାର ଗଠନ କରିବା ସଙ୍ଗେସଙ୍ଗେ ହିଁ ଚାଷୀ ମାନଙ୍କର ଋଣ ଛାଡ କରିବ। ସେ ଆହୁରୀ କହିଛନ୍ତି ପ୍ରଧାନମନ୍ତ୍ରୀ ସାଧାରଣ ଲୋକମାନଙ୍କ ଟଙ୍କା ନେଇ ୧୫-୨୦ ଜଣ ଉଦୌଗପତିଙ୍କ ପକଟରେ ଦେଇଛନ୍ତି। ଯାହା ପ୍ରମାଣ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଜନସାଧାରଣ ଭୋଟ ମାଧ୍ୟମରେ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟରେ ଆମ ସରକାର ଗଠନ ହେବାର ୬ ଘଣ୍ଟା ମଧ୍ୟରେ କୃଷିଋଣ ଛାଡ କରିଛୁ ଏବଂ ଅନ୍ୟ ଏକ ରାଜ୍ୟରେ କରିବୁ ବୋଲି ରାହୁଲ କହିଛନ୍ତି।

Leave A Reply