‘ମୁଁ ବିବାହିତ’: ରାହୁଲ ଗାନ୍ଧି

0

ହାଇଦରାବାଦ : ବିବାହ ସମ୍ପର୍କରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଙ୍ଗଳବାର ବଡ଼ କଥା କହିଛନ୍ତି। ‘ମୋ ବିବାହ ସମ୍ପର୍କରେ କାହିଁକି ସବୁବେଳେ ଚର୍ଚ୍ଚା ହେଉଛି? ମୁଁ ବିବାହିତ। ମୋ ଦଳ କଂଗ୍ରେସକୁ ହିଁ ମୁଁ ବିବାହ କରିଛି…’ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ଦୁଇ ଦିନିଆ ହାଇଦରାବାଦ ଗସ୍ତରେ ଆସିଥିବା ରାହୁଲ ଆସନ୍ତା ନିର୍ବାଚନରେ ବିଜେପି ୨୩୦ ଆସନରେ ଜିତିପାରିବ ନାହିଁ; ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି ଦମ୍ଭର ସହ ଭବିଷ୍ୟବାଣୀ କରିଛନ୍ତି। ଉତ୍ତରପ୍ରଦେଶ ଓ ବିହାରରେ ବିଜେପି ମିଳିତ ବିରୋଧୀ ଦଳଙ୍କଠାରୁ ପରାଭବ ଭୋଗିବ ବୋଲି ସେ କହିଛନ୍ତି। ଏଥିସହିତ ପରିସ୍ଥିତିକୁ ଦେଖି ଆଞ୍ଚଳିକସ୍ତରରେ ପ୍ରଦେଶ କଂଗ୍ରେସ କମିଟିଗୁଡ଼ିକୁ ସମମନୋଭାବାପନ୍ନ ଦଳ ସହ ମେଣ୍ଟ କରିବା ନେଇ ସ୍ୱାଧୀନତା ଦିଆଯାଇଥିବା ରାହୁଲ କହିଛନ୍ତି।

Leave A Reply