ପ୍ରଥମେ ଗାଳି ଓ ପରେ କୋଳାକୋଳି

0

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ବିତର୍କରେ ମୋଦୀଙ୍କୁ ଟାଗେର୍ଟ କରି ରାହୁଳ ଗାନ୍ଧୀ ଗାଳି ଦେବା ପରେ ତାଙ୍କୁ ଆଲିଙ୍ଗନ କରିଛନ୍ତି। ଏହାର ପ୍ରତିବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାହୁଲଙ୍କୁ ଆଲିଙ୍ଗନ କରିବା ସହ କରମର୍ଦ୍ଦନ କରିଥିଲେ। ଏଭଳି ଏକ ବିରଳ ଦୃଶ୍ୟ ଶୁକ୍ରବାର ସଂସଦରେ ଦେଖିବାକୁ ମିଳିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ବୟାନରେ ଏନଡିଏ ସରକରାର ଅସଫଳତା ବଖାଣୁ ଥିବା ବେଳେ ମୋଦୀ ଏହାକୁ ଧ୍ୟାନର ସହିତ ଶୁଣି ହସୁଥିଲେ ।

ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିଥିଲେ ଯେ, ଆପଣ ମୋତେ ପପୁ କହି ପାରନ୍ତି ଏବଂ ଗାଳି ମଧ୍ୟ ଦେଇପାରନ୍ତି। ଏହାକୁ ନେଇ ମୋ ମନରେ ଟିକେ ବି ରାଗ ଅବା କ୍ରୋଧ ନାହିଁ। ଏ ଦେଶକୁ କଂଗ୍ରେସ ଗଢିଛି ଏହା ଭୁଲିବ ଉଚିତ୍ ନୁହେଁ। ଏହା ସହ ରାଫେଲ ଚୁକ୍ତିକୁ ନେଇ ମୋଦୀ ମୋ ସହ ଆଖି ମିଳାଇ ପାରିବେ ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ। ଏହାକୁ ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଆସନରେ ବସି ସ୍ମିତ ହାସ୍ୟ ଦେଉଥିଲେ। ତେବେ ରାହୁଳ ଗାନ୍ଧୀ ତାଙ୍କୁ ସମାଲୋଚନା କରି ସାରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ । ମୋଦୀ ମଧ୍ୟ ରାହୁଲଙ୍କୁ କୋଳେଇ ନେବା ସହ କରମର୍ଦ୍ଦନ କରିଥିଲେ।

ଗୃହ ମୁଲତବୀ ହେବା ପୂର୍ବରୁ ଏନଡିଏ ସରକାର ଅମଳରେ ଦେଶରେ ମହିଳା ସର୍ବାଧିକ ଅତ୍ୟାଚାରର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ବେକାରୀ ସମସ୍ୟା ବୃଦ୍ଧି ନେଇ ସେ ସରକାରଙ୍କ ଉପରେ ବର୍ଷିଥିଲେ । ତେବେ ରାହୁଳ ଗାନ୍ଧୀ ଗୃହରେ ମିଥ୍ୟା ବୟାନ ଦେଇଥିବାରୁ ଭୁଲ ମାଗିବାକୁ ବିଜେପି ସାଂସଦମାନେ ଅଡ଼ି ବସିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ପୁଣି ଗୃହ ମୁଲତବୀ ଘୋଷଣା କରିଥିଲେ ।

ସୌଜନ୍ୟ-ଲୋକସଭା ଟିଭି

Leave A Reply