ରାହୁଲଙ୍କ ଆଖିଠାର ଅଭ୍ୟାସକୁ ନେଇ ଚର୍ଚ୍ଚା

0

ନୂଆଦିଲ୍ଲୀ : ଗତକାଲି ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଯେତିକି ଚର୍ଚ୍ଚା ବିଷୟ ହୋଇଥିଲା ରାହୁଲଙ୍କ ଆଖିମାରିବା ଘଟଣା ମଧ୍ୟ ସେତିକି ଚର୍ଚ୍ଚାର ବିଷୟ ପାଲଟିଥିଲା। ସଂସଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଭାଷଣରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ଭାଷଣ ମଝିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଯାଇ କୋଳାଇ ନେଇଥିଲେ। ଏହାପରେ ରାହୁଲ ନିଜ ଆସନକୁ ଆସି ଅନ୍ୟ ଜଣେ ସାସଂଦଙ୍କୁ ଦେଖି ଆଖିଠାରିଥିଲେ। ଯାହା ରାହୁଲ ଗାନ୍ଧୀଙ୍କ ସମଗ୍ର ଭାଷଣକୁ ପାଣିଚିଆ କରିଦେଇଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।
କେବଳ ସରକାରୀ ଦଳ ବିଜେପି ନୁହେଁ ଦେଶର ବିଭିନ୍ନ ରାଜନୈତିକ ଦଳ ରାହୁଲଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ରାହୁଲ ପ୍ରଥମ ଥର ପାଇଁ ସଂସଦରେ ଏଭଳି କରି ନାହାନ୍ତି। ୨୦୧୪ ସଧାରଣ ନିର୍ବାଚନରେ ୪୦ ଆସନ ଜିତି କଂଗ୍ରେସ କେନ୍ଦ୍ର ଶାସନ କ୍ଷମତାରୁ ଦୂର ହୋଇଥିଲା। ଏହାପରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ତତ୍କାଳୀନ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ବାମପାର୍ଶ୍ବରେ ଛିଡା ହୋଇ ଗଣମାଧ୍ୟମ କର୍ମୀମାନଙ୍କୁ ଆଖିଠାର ଇଙ୍ଗିତ କରିଥିଲେ। ଗତକାଲି ସଂସଦରେ ରାହୁଲ ଗାନ୍ଧୀ ଆଖିଠାରକୁ ନେଇ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ସହ ତୁଳନା କରିବା ସହ ସଂସଦ ମଧ୍ୟରେ ଏପରି କାର୍ଯ୍ୟକୁ ସମାଲୋଚନା କରିଛନ୍ତି।

Leave A Reply