ରାଜସ୍ଥାନ ରାଜନୀତି: ପାଇଲଟଙ୍କ ପ୍ରଥମ ସର୍ତ ପୂରଣ; ଅବିନାଶ ପାଣ୍ଡେୟଙ୍କ ସ୍ଥାନରେ ଅଜୟ ମାକେନ ରାଜ୍ୟ ପ୍ରଭାରୀ

ଜୟପୁର: ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟଙ୍କ ଲେଉଟାଣି ବେଳେ ରଖିଥିବା ପ୍ରଥମ ସର୍ତ ପୂରଣ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଦଳର ରାଜ୍ୟ ପ୍ରଭାରୀ ଅବିନେଶ ପାଣ୍ଡେୟଙ୍କୁ ରାଜସ୍ଥାନ ଦାୟିତ୍ଵରୁ ହଟାଇ ତାଙ୍କ ସ୍ଥାନରେ ଅଜୟ ମାକନଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ତତ୍କାଳ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି ।

ପାଇଲଟଙ୍କ ଲେଉଟାଣି ଓ ଆସ୍ଥାଭୋଟ​‌ରେ ଅଶୋକ ଗେହଲଟଙ୍କ ବିଜୟ ପରେ ଆରମ୍ଭ ହୋଇଛି ଅଦଳବଦଳ ପ୍ରକ୍ରିୟା । ପାଇଲଟ୍ ଦଳକୁ ଫେରିବା ସଂକ୍ରାନ୍ତ ଆଲୋଚନା ବେଳେ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ ଅବିନାଶ ପାଣ୍ଡେୟଙ୍କ ସମ୍ପର୍କରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଅବିନାଶ ରାଜ୍ୟରେ କଂଗ୍ରେସ ସମସ୍ୟା ସମ୍ପର୍କରେ ହାଇକମାଣ୍ଡଙ୍କୁ ବିସ୍ତୃତ ଓ ସଠିକ୍ ସୂଚନା ଦେବାରେ ବ୍ୟର୍ଥ ହୋଇଛନ୍ତି ଏବଂ ଅଶୋକ ଗେହଲଟଙ୍କୁ ଆଖିବୁଜା ସମର୍ଥନ କରିଛନ୍ତି । ସେତେବେଳେ ରାହୁଳ ରାଜ୍ୟରେ କଂଗ୍ରେସ ସରକାର ସ୍ଥିର ରଖିବାରେ ସହାୟକ ହେବାକୁ ପରାମର୍ଶ ଦେବା ସହ ତାଙ୍କର ଦାବି ସମ୍ପର୍କରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.