ତୃତୀୟ ଥର ପାଇଁ ବିବାହ କଲେ ରାହୁଲ ମହାଜନ

0

ମୁମ୍ବାଇ . –  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗୀୟ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ ପୁଣି ଥିରେ ଚର୍ଚ୍ଚାକୁ ଆସିଛନ୍ତି ।  ଏବେ ସେ ତୃତୀୟ ଥର ପାଇଁ ବିବାହ କରିଛନ୍ତି । କାଜଖସ୍ତାନର ମଡେଲ ନାଟାଲିୟା ଇଲିନାଙ୍କୁ ସେ ତୃତୀୟ ବିବାହ କରିଛନ୍ତି ।

ରାହୁଲ୍‌ଙ୍କୁ ୪୩ ବର୍ଷ ହୋଇଥିବା ବେଲେ ନାଟାଲିଆଙ୍କୁ ୨୫ ବର୍ଷ । ରାହୁଲ ମହାଜନ ପ୍ରଥମେ ଶ୍ୱେତା ସିଂ ନାମକ ପାଇଲଟଙ୍କୁ ବିବାହ କରିଥିଲେ । ତାଙ୍କ ଠାରୁ ଛାଡ ପତ୍ର ପାଇବା ପରେ ସେ ରାହୁଲ କା ସ୍ୱଂୟମ୍ବର  ନାମକ ଏକ  ଟିଭି ରିଆଲିଟି ସୋରେ  ଡିମ୍ପି ଗାଙ୍ଗୁଲୀଙ୍କୁ ବିବାହ କରିଥିଲେ ।  ତାଙ୍କ ସହ ବି ରାହୁଲଙ୍କର ବିଚ୍ଛେଦ ହୋଇଥିଲା । ଏହାପରେ ସେ ନାଟାଲିଆଙ୍କୁ ବିବାହ କରିଛନ୍ତି ।

Leave A Reply