ରାହାଙ୍ଗୁଳ ଆଶ୍ରମ ବିଦ୍ୟାଳୟରେ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ :  ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରହାଙ୍ଗୁଳସ୍ଥିତ ଅନୁସୁଚିତ ଜାତି ଓ ଜନଜାତି ବିଦ୍ୟାଳୟ ପରିସରରେ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ, ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ସ୍ୱାସ୍ଥ୍ୟ ପରିଦର୍ଶକ ରମାକାନ୍ତ ସିହ୍ନା, ନିର୍ମଳା କୁମାରୀ ଦେଇ, ପ୍ରମୋଦ କୁମାର ସାହୁ, ଶରଧାମଣି ମୁଦୁଲି, ଦିପ୍ତିମୟୀ ନାୟକ, ମନ୍ଦାକିନି ବେଉରା ପ୍ରମୁଖ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ମ୍ୟାଲେରିଆର କାରଣ, ନିରାକରଣ ଓ ପ୍ରତିଷେଧକ ସଂପର୍କରେ ବିଶଦ ଭାବରେ ବୁଝାଇଥିଲେ। ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଏହି ସଚେତନତା ଶିବିରରେ ଉପସ୍ଥିତ ରହିଥିଲେ।

Comments are closed.