ମୋର ଲର୍ଡସ ଶତକ ସର୍ବଶ୍ରେଷ୍ଠ: ରାହାଣେ

ମେଲ୍‌ବୋର୍ଣ୍ଣ : ନେତୃତ୍ବର ଦାୟିତ୍ବ ପାଇବା ପରେ ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଦାୟିତ୍ବର ସହ ବ୍ୟାଟିଂକରି ଶତକ ହାସଲ କରିଛନ୍ତି ଅଜିଙ୍କ୍ୟ ରାହାଣେ। ତାଙ୍କର ଏହି ଶତକ ବଳରେ ଭାରତ ଏହି ଟେଷ୍ଟର ବିଜୟ ଦ୍ବାରରେ ପହଞ୍ଚିଛି। ୩ୟ ଦିନର ଖେଳ ଶେଷ ପରେ ରାହାଣେ କହିଛନ୍ତି, ଏହା ଏକ ସ୍ବତନ୍ତ୍ର ଶତକ ଥିଲା। ଶତକ ହାସଲ କରିବା ସର୍ବଦା ଏକ ସୁଖଦ ଅନୁଭୂତି। ତଥାପି ମୁଁ କହିବି ଯେ ଘରୋଇ ଇଂଲଣ୍ଡ ବିପକ୍ଷରେ ଲର୍ଡସରେ ହାସଲ କରିଥିବା ଶତକ ମୋର ସର୍ବଶ୍ରେଷ୍ଠ ଥିଲା। ସୂଚନାଯୋଗ୍ୟ; ରାହାଣେ ୧୧୨ ରନ୍‌ର ଇନିଂସ ଖେଳିବାରୁ ଭାରତ ପ୍ରଥମ ଇନିଂସରେ ୧୩୧ ରନ୍‌ରେ ଆଗୁଆ ରହିଥିଲା। ଦଳକୁ ବିଜୟୀହେବା ସ୍ଥିତିରେ ପହଞ୍ଚାଇବା ଲାଗି ବୋଲରଙ୍କୁ ଶ୍ରେୟଃ ଦେଇଛନ୍ତି ଅଧିନାୟକ ରାହାଣେ। ପୁଣି ସେ ରନ୍‌ଆଉଟ ହେବା ପରେ ଏଥିପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ଦୋଷଦେବା ବଦଳରେ ଭଲ ବ୍ୟାଟିଂ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ବୋଲି ରାହାଣେ କହିଛନ୍ତି।

Comments are closed.