କଳାହାଣ୍ଡିରେ ରାହାଗିରି

କଳାହାଣ୍ଡି: ଆସନ୍ତା୧୪ରୁ ୧୭ ତାରିଖ ଯାଏଁ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲା ସ୍ତରୀୟ ୨୪ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୦ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ରାହାଗିରି କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧିମାର୍ଗ ରାସ୍ତାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତା, ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା, ଯୋଗ ଶିବିର, ବ୍ୟଙ୍ଗକବି ସମ୍ମିଳନୀ, ଟାଇକୁଣ୍ଡୁ ପ୍ରଦର୍ଶନ, ସାମୁହିକ କ୍ରୀଡା ପ୍ରଦର୍ଶନ, ସଡ଼କ ସୁରକ୍ଷା ସଚେତନତା ଆଦି ୪୦ଟି ଇଭେଣ୍ଟରେ ୫୦୦ରୁ ଉର୍ଦ୍ଧ୍ବ କଳାକାର ଅଂଶଗ୍ରହଣ କରିଥିଲେ। ଏ ସବୁ ଭିତରେ ରାହାଗିରିର ମୁଖ୍ୟ ଆକର୍ଷଣ ଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନକଲରେ ସଡ଼କ ସୁରକ୍ଷା ସଚେତନତାର ଅଭିଭାଷଣ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ସମେତ ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଏହି ରାହାଗିରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

Comments are closed.