ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଯାଇଛି । ଆଜି ଦିଲ୍ଲୀର ଏମସରେ ତାଙ୍କର ଦେହାନ୍ତ ହୋଇଛି । ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଥିବା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ନିଧନରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି।

ଗତ କିଛି ଦିନ ଧରି ରଘୁବଂଶଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲା । ସେ ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କରୁଥିଲେ। ଏହାପରେ ଅଗଷ୍ଟ ୪ ତାରିଖରୁ ଏମସ୍‌ରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ । ଏମସ୍‌ର ୪ ଜଣିଆ ଡାକ୍ତରୀ ଦଳ ରଘୁବଂଶଙ୍କୁ ନୀରିକ୍ଷଣ କରୁଥିଲେ ।  ଗତ ୪ ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡିଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ସୂଚନାଯୋଗ୍ୟ  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କ ନିକଟତମ ରଘୁବଂଶ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ । ବିହାର ରାଜନୀତିରେ ରଘୁବଂଶ ବାବୁ ନାମରେ ବେଶ ଜଣାଶୁଣା ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ। ସ୍ବାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ମେଡିକାଲରେ ଭର୍ତ୍ତି ହେବାପରେ ନିକଟରେ ରଘୁବଂଶ ରାଷ୍ଟ୍ରିୟ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଏକ ସାଧାରଣ କାଗଜରେ ହସ୍ପିଟାଲ ବେଡରୁ ନିଜ ଇସ୍ତଫା ପତ୍ର ଲେଖିଥିଲେ ରଘୁବଂଶ । ଲାଲୁଙ୍କୁ ସମ୍ବୋଧିତ କରି ଲେଖିଥିବା ଇସ୍ତଫା ପତ୍ରରେ ସେ ଗତ ୩୨ ବର୍ଷ ଧରି ତାଙ୍କ ଅନୂସରଣ କରୁଥିଲେ କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ କାରଣରୁ ଆଉ ସମ୍ଭବ ନୁହେଁ ବୋଲି ଲେଖିଥିଲେ ।


ଅନ୍ୟପଟେ ନିଜର ସହଯୋଗୀ ରଘୁବଂଶଙ୍କ ଦେହାନ୍ତ ପରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ପ୍ରିୟ ରଘୁବଂଶ ବାବୁ ଇଏ କ’ଣ କଲେ,ପ’ରଦିନ ହିଁ ତ’ ମୁଁ ଆପଣଙ୍କୁ କହିଥିଲି-ଆପଣ କୁଆଡେ ଯାଉନାହାନ୍ତି,ଏବେ ଆପଣ ଏତେ ଦୂର ଚାଲିଗଲେ । ମୁଁ ନିଶବ୍ଦ,ଦୁଃଖୀ । ବହୁତ ମନେ ପଡିବେ ।

Comments are closed.