ଚାଇଲ୍ଡ ବଜ୍‌-୨୦୧୯ ; ରଘୁନାଥ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର : ଆଚିଭର ଫାଉଣ୍ଡେସନ୍ ପକ୍ଷରୁ ଲୋହିଆ ଏକାଡେମୀରେ ଶିଶୁ ମହୋତ୍ସବ ‘ଚାଇଲ୍ଡ ବଜ୍-୨୦୧୯’ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ସାହିତ୍ୟିକ ଡ. ଦାଶ ବେନହୁର, ଡ. ଏସ୍.କେ ଟାମୋଟିଆ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଡ. ରଘୁନାଥ ମହାପାତ୍ରଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାସହ ଡ. ପ୍ରସନ୍ନ ପାଟ୍ଟଶାଣୀ, ଡ. ଦାଶ ବେନହୁର, ଡ. ଏସ୍.କେ ଟାମୋଟିଆଙ୍କୁ ‘ଆଚିଭର୍ ଏକ୍ସିଲେନ୍ସି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସାଇ ଦେବାଶିଷ ମହାପାତ୍ର, ସ୍ୱୟଂ ସମ୍ପୂର୍ଣ୍ଣ, ଅଭିଷେକ ସାହୁଙ୍କୁ ‘ଚାଇଲ୍ଡ ଆଚିଭର ଏକ୍ସିଲେନ୍ସି ସମ୍ମାନ’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ଦ୍ୱାରା ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ନିର୍ଦେଶିକା ଅରୁନ୍ଧତୀ ସୁନ୍ଦରରାୟ ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

Comments are closed.