ଜଳ ସମ୍ପଦ ମନ୍ତ୍ରୀଙ୍କ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲାର ବାତ୍ୟା କ୍ଷତିଗ୍ରସ୍ତ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ବୁଧବାର ରାତିରେ ବାତ୍ୟା ପ୍ରଶମିତ ହେବା ପରେ ବାଲିକୁଦା ବ୍ଲକର କୁସୁରପୁର, ଦଣ୍ଡାବେଦୀ, ଦଶବାଟିଆ, ଅନ୍ତପୁର ଓ ତେନ୍ତୁଳିବେଲାରୀ ଆଦି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଥିଲେ। ଏସବୁ ଅଞ୍ଚଳର ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ମନ୍ତ୍ରୀ ଶ୍ରୀ ଦାସ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.