ଦଶହରାରେ ରାଫେଲ ଆଣିବାକୁ ଫ୍ରାନ୍ସ ଯିବେ ରାଜନାଥ ସିଂହ

ନୂଆଦିଲ୍ଲୀ: ଖୁବ ଶିଘ୍ର ଭାରତ ଆସିବ ରାଫେଲ ଯୁଦ୍ଧ ବିମାନ। ରାଫେଲକୁ ଆଣିବାକୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦଶହରାରେ ଫ୍ରାନ୍ସ ଯାତ୍ରା କରିବେ। ଅକ୍ଟୋବର ୮ ତାରିଖ ପବିତ୍ର ଦଶହରା ଅବସରରେ ରାଜନାଥ ସିଂହ ପ୍ୟାରିସରେ ପହଞ୍ଚିବା ସହ ସେଠାରେ ଶସ୍ତ୍ର ପୂଜା କରିବେ। ହିନ୍ଦୁ ଧର୍ମରେ ପବିତ୍ର ଦଶହରା ଅବସରରେ ଶସ୍ତ୍ର ପୂଜାର ପରମ୍ପରା ଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ପ୍ୟାରିସରେ ଶସ୍ତ୍ର ପୂଜା କରିବେ । ରାଜନାଥ ସିଂହ ପ୍ୟାରିସରେ ଯୁଦ୍ଧ ବିମାନ ରାଫେଲରେ ଉଡାଣ ଭରିବାର କାର୍ୟ୍ୟକ୍ରମ ରହିଛି। ଏହା ପରେ ରାଜନାଥ ସିଂହ ପ୍ୟାରିସ ସରକାରୀ ଅଧିକାରୀଙ୍କ ସହ ବୈଠକ କରିବେ। ୯ ଅକ୍ଟୋବରରେ ରାଜନାଥ ସିଂହ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମଧ୍ୟ ବୈଠକରେ ଯୋଗ ଦେବେ।

Comments are closed.