ସରକାର କହିବେ କିପରି ହେଲା ରାଫେଲ ଡିଲ୍‍: ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ଡିଲକୁ ନେଇ ସୁପ୍ରିମ କୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ବୁଧବାର ଆରମ୍ଭ ହୋଇଛି। ଏହି ଡିଲରେ ରାଫେଲ ବିମାନର ମୂଲ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ଆବେଦନକାରୀଙ୍କ ପକ୍ଷର ଗୁହାରି କରାଯାଇ ଥିଲା। ୨ଟି ଆବେଦନକୁ ଭିତ୍ତି କରି ସୁପ୍ରିମ କୋର୍ଟରେ ଶୁଣାଣି ଚାଲୁଥିବାବେଳେ ତୃତୀୟ ଆବେଦନକାରୀ ତହସୀନ ପୁନାବାଲା ଶୁଣାଣି ପୂର୍ବରୁ ଆବେଦନକୁ ଫେରାଇ ନେଇଥିଲେ।
ରାଫେଲ ବିମାନର ମୂଲ୍ୟ କିମ୍ବା ଏହି ବୈଷୟିକ କାର୍ଯ୍ୟକ୍ଷମତା ସମ୍ପର୍କରେ ପ୍ରକାଶ ନ କରି କେବଳ ଡିଲ କିପରି ହୋଇଛି ଏ ସମ୍ପର୍କରେ ଜଣାଇବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଏଥି ନିମନ୍ତେ ଔପଚାରିକ ନିର୍ଦେଶ ଦେଇନାହାନ୍ତି। ଆଟର୍ଣ୍ଣି ଜେନେରାଲଙ୍କ ନିକଟରେ ଜଉମୁଦ ଲଫାଫାରେ ଡିଲ ସମ୍ପର୍କିତ ତଥ୍ୟାବଳୀ ଉପସ୍ଥାପିତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। କେନ୍ଦ୍ର ସରକାର ମଧ୍ୟ ୨୯ଅକ୍ଟୋବରରେ ଏ ସମ୍ପର୍କର୍ିର୍ତ ତଥ୍ୟ କୋର୍ଟରେ ଦାଖଲ କରିବାକୁ ସହମତି ପ୍ରଦାନ କରିଛନ୍ତି। ଫଳରେ ଆଗାମୀ ଶୁଣାଣି ୩୧ଅକ୍ଟୋବରରେ ହେବ।

Leave A Reply