କଂଗ୍ରେସ ଉପରେ ୫ହଜାର କୋଟିର ମାନହାନୀ ମୋକଦ୍ଦମା ରୁଜୁ କଲେ ଅନୀଲ ଅମ୍ବାନୀ

0

ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ଅନୀଲ ଅମ୍ବାନୀ କଂଗ୍ରେସର ନ୍ୟାସନାଲ ହ୍ୟାରାଲ୍ଡ ଉପରେ ୫୦୦୦କୋଟିର ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି। ରାଫେଲ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବାରମ୍ବାର ରିଲାଏନ୍ସ ଇଣ୍ଡଷ୍ଟ୍ରି ଉପରେ ମନ୍ତବ୍ୟରେ ଦେବା ଓ ଏହାକୁ ନେଇ ନ୍ୟାସନାଲ ହେରାଲ୍ଡରେ ପ୍ରକାଶିତ ଖବରକୁ ଭିତ୍ତି କରି ଅନୀଲ ଅମ୍ବାନୀ ଏହି ମୋକଦ୍ଦମା ରୁଜୁ କରିଛନ୍ତି।
ସେହିପରି ଅନୁରୂପ କାରଣ ପାଇଁ ଗୁଜରାଟ କଂଗ୍ରେସ ନେତା ଶକ୍ତିସିଂହ ଗୋଇଲଙ୍କ ଉପରେ ମଧ୍ୟ ରିଲାଏନ୍ସ ପକ୍ଷରୁ ୫ହଜାର କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ ହୋଇଛି।

Leave A Reply