ସିଜେଆଇଙ୍କ ନିର୍ଦେଶରେ ବାୟୁସେନାର ୨ଅଧିକାରୀ କୋର୍ଟରେ ହାଜର

0

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିର୍ଦେଶ ପରେ ବାୟୁସେନାର ୨ଜଣ ବରିଷ୍ଠ ଅଧିକାରୀ ସୁପ୍ରିମ କୋର୍ଟରେ ହାଜର ହୋଇଛନ୍ତି। ରାଫେଲ ବିମାନ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସ୍ପଷ୍ଟିକରଣ ପରେ ସୁପ୍ରିମ କୋର୍ଟ ବାୟୁସେନାର ଆବଶ୍ୟକତା ଓ ରାଫେଲ ସମ୍ପର୍କରେ ଜାଣିବା ପାଇଁ ଉଭୟ ଅଧିକାରୀଙ୍କୁ ଡାକିଛନ୍ତି। ଏହି ଅଧିକାରୀଙ୍କୁ ପ୍ରଧାନ ବିଚାରପତି ପଚରାଉଚରା କରିଛନ୍ତି।
୧: ବୟୁସେନାରେ ସବୁଠାରୁ ନୂଆ ବିମାନ କ’ଣ?
ସେନା ଅଧିକାରୀ: ସୁଖୋଇ ୩୦
୨: କ’ଣ ଏହି ନୂଆ ବିମାନ ୪ର୍ଥ ପିଢି ପାଇଁ ପ୍ରଜୁଯ୍ୟ?
ସେନା ଅଧିକାରୀ: ଏହି ବିମାନ ୩.୫ ପିଢି ପାଇଁ ଉପଯୁକ୍ତ
୩: ମିରାଜ ବାୟୁସେନାରେ କେବେ ଆସିଲା?
ସେନା ଅଧିକାରୀ: ୧୯୮୫
୪: ଯେଉଁ ନୂଆ ବିମାନ ଆସୁଛି ତାହା କେଉଁ ପିଢିର?
ସେନା ଅଧିକାରୀ: ଆସୁଥିବା ବିମାନ ୫ମ ପିଢିର
ସେନାଙ୍କ ଏଭଳି ଉତ୍ତର ରାଫେଲର ଆବଶ୍ୟକତାକୁ ପ୍ରମାଣିତ କରୁଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ହାଲ ପରି ସଂସ୍ଥା କେଉଁ କାରଣରୁ ଓହରିଗଲା ତାହା ଶୁଣାଣି ଅପେକ୍ଷାରେ ରହିଛି।

Leave A Reply