ଦିଲ୍ଲୀରେ ବାୟୁ ପ୍ରଦୂଷଣ କମ୍‌ କରିବା ପାଇଁ ବ୍ୟବହାର କରାଗଲା ରେଡିଓ ଓ୍ୱେଭ୍‌

0

ନୂଆଦିଲ୍ଲୀ . – ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ।  ରବିବାରରେ ଦିଲ୍ଲୀରେ ହାଫ୍‌ ମାରାଥନ ଅନୁଷ୍ଠିତ ହେବାର ଥିଲା । ମାତ୍ର ବାୟୁ ପ୍ରଦୂଷଣର ମାତ୍ରା ବେଶ୍‌ ଅଧିକ ଥିଲା । ବାୟୁ ପ୍ରଦୂଷଣ କମ୍‌ କରିବା ପାଇଁ ପ୍ରଥମଥର ରେଡିଓ ଓ୍ୱେଭ୍‌ ବ୍ୟବହାର କରାଯାଇଥିଲା। ଏଥିଯୋଗୁଁ ବାୟୁ ପ୍ରଦୂଷଣ ପ୍ରାୟ ୩୦ ପ୍ରତିଶତ କମ୍‌ ହୋଇଯାଇଥିଲା ।

ନଭେମ୍ବର ମାସରେ ଏହି ହାଫ୍‌ ମାରାଥନ୍ ଅନୁଷ୍ଠିତ ହେବାର ଥିଲା । ମାତ୍ର ଦୀପାବଳି ସମୟରେ ବାୟୁ ପ୍ରଦୂଷଣ ମାତ୍ରା ବେଶ୍‌ ଅଧିକ ରହୁଥିବାରୁ ଏହାକୁ ଅକ୍ଟୋବରରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।  ରବିବାର ସକାଳେ ହାଫ୍‌ ମାରାଥନ ଆରମ୍ଭ ହେବା ପୂର୍ବରୁ ବାୟୁର ପ୍ରଦୂଷଣ ମାତ୍ରା ବେଶ୍‌ ଅଧିକ ଥିବା ଜଣାପଡିଥିଲା । ଏହାପରେ ୟୁଏଚ୍‌ଏଫ୍‌ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ବାୟୁରେ ପ୍ରଦୂଷଣ ମାତ୍ରା ଏତେ କମ୍‌ ହୋଇଯାଇଥିଲା  ଲୋକମାନେ ଆକାଶକୁ ପରିଷ୍କାର ଭାବେ ଦେଖି ପାରିଥିଲେ । କେବଳ ସେତିକି ନୁହେଁ ସୂର୍ଯ୍ୟୋଦୟ ସମୟର କିରଣ ବି ପଡିଥିଲା । ଏହାପରେ ଲୋକମାନେ ମୁହଁରେ ଲଗାଇଥିବା ମୁଖା ଖୋଲି ଦୌଡିବା ଆରମ୍ଭ କରିଥିଲେ ।

Leave A Reply