ରେଡ଼ିଓ ଜକି ଐଶାନ ମହାପାତ୍ରଙ୍କ ପରଲୋକ

କଟକ : ଆକାଶବାଣୀ କଟକର ଏଫଏମ୍ ରେନବୋରେ ରେଡ଼ିଓ ଜକି ଭାବେ କାର୍ଯ୍ୟ କରୁଥିବା ଐଶାନ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ମାତ୍ର ୩୪ ବର୍ଷ ବୟସରେ ଜଣେ ଯୁବ ପ୍ରତିଭାବାନ ରେଡ଼ିଓ ଜକି ଐଶାନଙ୍କ ଦେହାନ୍ତ ହୋଇଛି। ସୂଚନାଅନୁସାରେ ୪ ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ନିମୋନିଆରେ ପୀଡିତ ଥିବା ଜଣାପଡିଥିଲା।  ଶନିବାର ସକାଳେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ପରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଘର କଟକ ବଙ୍ଗାଳିସାହିରେ। ନିଜର ସ୍ୱତନ୍ତ୍ର ସ୍ୱର ଓ ଉପସ୍ଥାପନା ଶୈଳୀ ପାଇଁ ସେ ବେଶ ଶ୍ରୋତାପ୍ରିୟ ଥିଲେ ଐଶାନ। ତାଙ୍କ ଅକାଳ ବିୟୋଗରେ ଶ୍ରୋତା ମହଲରେ ଶୋକର ଛାୟା ଖେଳି ଯାଇଛି।

Comments are closed.