ଦମ୍‍ଦାର୍‍ ହେବ ‘ରାଧେ’ର ଫାଇଟ୍‍ ସିନ୍‍: ୨୦ ମିନିଟ୍‍ ପାଇଁ ଖର୍ଚ୍ଚ ହେବ ୭ କୋଟି

ମୁମ୍ବଇ: ବଲିଉଡ଼ ଭାଇଜାନ୍‍ ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇସାରିଛି ଓ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ଚଳଚ୍ଚିତ୍ରର ନାଁ ରହିଛି ‘ରାଧେ’। ନିକଟରେ ମିଳିଥିବା ଖବର ଅନୁଯାୟୀ, ଚଳଚ୍ଚିତ୍ରର ଫାଇଟ୍‍ ସିନ୍‌ରେ ବହୁ ପାରିମାଣର ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା କରାଯାଇଛି। ଏହାର ଦୃଶ୍ୟରେ ଉନ୍ନତ ମାନର ଭିଏଫଏକ୍ସ କାମ କରାଯିବ। ଏହି ଚଳଚ୍ଚିତ୍ରରେ ବାହୁବଳୀ ପାର୍ଟ-୧ ଓ ୨ ଭଳି କୌଶଳ ବ୍ୟବହାର କରାଯିବ ବୋଲି ଶୁଣିବାକୁ ମିଳୁଛି। ସୂଚନା ମୁତାବକ, ‘ରାଧେ’ ଚଳଚ୍ଚିତ୍ରର ୨୦ ମିନିଟ୍‍ର ଏକ ଫାଇଟ୍‍ ସିନ୍‍ ପାଇଁ ପ୍ରାୟ ୭.୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଆକ୍ସନ ସିନ୍‌ରେ ସଲମାନ ଓ ରଣଦୀପ ହୁଡ୍ଡା ନଜର ଆସିବେ।
ସୂଚନାଯୋଗ୍ୟ, ପୂର୍ବରୁ ସଲମାନ ମଧ୍ୟ ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ର ବିଷୟରେ ସୂଚନା ଦେଇଥିଲେ। ଏଥିରେ ଚମତ୍କାର ଆକ୍ସନ ସିନ୍‍ ରହିବ ବୋଲି କହି ସେ ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଛନ୍ତି। ‘ରାଧେ’ ଚଳିତ ବର୍ଷ ଶେଷ ଆଡ଼କୁ ପରଦାକୁ ଆସିବ।

Comments are closed.