ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ

ଚୌଦ୍ୱାର : ବିଶିଷ୍ଟ ସଂଗ୍ରାମୀ, ବାଗ୍ମି, ଜନ ସେବକ, ପ୍ରବୀଣ ସାମ୍ବାଦିକ, ଲୋକ ସେବକ ମଣ୍ଡଳର ପୂର୍ବତନ ସଭାପତି, ସୁ ପ୍ରତିଷ୍ଠିତ ସମ୍ବଦପତ୍ର ‘ସମାଜ’ର ପୂର୍ବତନ ସମ୍ପାଦକ, ବିଶିଷ୍ଟ ରାଜନେତା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୬ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି। ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳଙ୍କ ପୌରୋହିତ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବରେ ପାଳିତ ଏହି ଜୟନ୍ତୀ ଉତ୍ସବରେ କ୍ଲବ୍ ସମ୍ପାଦକ ସାମ୍ବାଦିକ ରମେଶ ଚନ୍ଦ୍ର ସାମଲ ସ୍ୱର୍ଗତ ରଥଙ୍କ ଜୀବନୀ ଆଲୋଚନା କରିବା ସହିତ ତାଙ୍କ ଜନ୍ମ ବୃତାନ୍ତ ସମ୍ପର୍କରେ ସୂଚନା ଦେଇ ତତ୍କାଳୀନ ଆଠଗଡ଼ ରାଜା ବିଶ୍ୱନାଥ ଦେବବର୍ମା ପୁରୀର ଜଣେ ସୁପ୍ରତିଷ୍ଠିତ ପଣ୍ଡିତ ଜଗନ୍ନାଥ ରଥଙ୍କୁ ନିମନ୍ତ୍ରଣ କରି ଆଣି ଆଠଗଡ଼ ରାଧାନାଥପୁର ଶାସନରେ ରଖାଇଥିଲେ । ସେହି ଗ୍ରାମରେ ୧୮୯୬ ମସିହାରେ ପିତା ଜଗନ୍ନାଥ ଓ ମାତା କମଳିନୀ ଦେବୀଙ୍କ ଔରସରୁ ରାଧାନାଥ ଜନ୍ମଗ୍ରହଣ କରିଥିଲେ । ଏକ କୁଳିନ ବ୍ରାହ୍ମଣ ପରିବାର ପୁଅ ରାଧାନାଥଙ୍କ ପିଲାଦିନ ଆଠଗଡ଼ରେ ବିତିବା ସହିତ ତାଙ୍କର ବାଗ୍ମିତା ଓ ବହୁମୁଖି ଚରିତ୍ର ତାଙ୍କୁ ଓଡ଼ିଶା ସମେତ ସାରା ଭାରତରେ ସୁପ୍ରତିଷ୍ଠିତ କରି ପାରିଥିଲା। ଜଣେ ରାଜନେତା ଭାବେ ରାଜ୍ୟରେ ଶିକ୍ଷା ଓ ସାମାଜିକ ବିକାଶରେ ତାଙ୍କର ଅବଦାନ ତାଙ୍କୁ ପ୍ରାତ ସ୍ମରଣୀୟ କରି ରଖିଛି ବୋଲି ଶ୍ରୀ ସାମଲ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହିନ୍ଦ୍ ସେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, କ୍ଲବ୍ ଉପଦେଷ୍ଟା ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା, ସାମ୍ବାଦିକ ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ଅଜିତ୍ କୁମାର ସ୍ୱାଇଁ, ଅଶୋକ କୁମାର ଦାସ, ଲକ୍ଷ୍ମୀଧର ଦାସ, ସୁରେଶ ଚନ୍ଦ୍ର ପୃଷ୍ଟି, ଶିକ୍ଷାବିତ୍ ଶିବ ପ୍ରସାଦ ପତି, ଅଜୟ କୁମାର କାଳିଆ, କେ.ସି.ପ୍ରତାପ ସିଂହ, ସହଦେବ ବରାଳ, ସଂଜୀବ କୁମାର ଜେନା ପମୁଖ ଡ. ରଥଙ୍କ ଜୀବନୀ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାମ୍ବାଦିକ ଆଶୁତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.