ଜନ୍ମମାଟିରେ ଡକ୍ଟର ରାଧାନାଥ ରଥଙ୍କୁ ଶ୍ରଦ୍ଧାଞ୍ଜଳି

ବିଶ୍ୱନାଥ ବିଦ୍ୟାପୀଠରେ ରାଧାନାଥ ଜୟନ୍ତୀ

ଆଠଗଡ : ବିଶିଷ୍ଟ ସମାଜସେବୀ, ଶତାୟୁ ସାଧକ, ସ୍ୱାଧୀନତା ସଂଗ୍ରାମୀ ଓ ସାମ୍ବାଦିକ ପଦ୍ମଭୂଷଣ ରାଧାନାଥ ରଥଙ୍କୁ ୧୨୪ତମ ଜୟନ୍ତୀ ଅବସରରେ ବିଶ୍ୱନାଥ ବିଦ୍ୟାପୀଠରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲ ରାଧାନାଥ ରଥଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରି ଆଠଗଡର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ଉଷାରାଣୀ ପତି, ଦିପ୍ତୀମୟୀ ସାହୁ, ପ୍ରଣତି ଷଡଙ୍ଗୀ, ଶ୍ରଦ୍ଧାଞ୍ଜଳି ଲେଙ୍କା, ଶିକ୍ଷକ କାଶିନାଥ ସାହୁ, ଶ୍ରୀକାନ୍ତ ମହାପାତ୍ର, ରମେଶ ଚନ୍ଦ୍ର ସ୍ୱାଇଁ ଓ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ ରାଧାନାଥ ରଥଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା। ଶିକ୍ଷକ ଭାଗ୍ୟଧର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସାବିତ୍ରୀ ରଥ ବିଦ୍ୟାପୀଠରେ ରାଧାନାଥ ଜୟନ୍ତୀ
ସମସରପୁର ସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠରେ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବର୍ଷିୟାନ ସାମ୍ବାଦିକ ଓ ମହାନ ଜନସେବକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ଏହି ଜୟନ୍ତୀ ସମାରୋହରେ ଡଃ ରଥଙ୍କର ଘନିଷ୍ଠ ସହଯୋଗୀ ତଥା ବର୍ଷିୟାନ ସମାଜସେବୀ କଣ୍ଡୁରୀ ଚରଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଧାନାଥ ରଥଙ୍କ ଭଳି ଜଣେ ଯୋଗଜନ୍ମା ବ୍ୟକ୍ତିଙ୍କୁ ଜନ୍ମ ଦେଇ ଆଠଗଡ ମାଟି ଧନ୍ୟ ହୋଇଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଆଠଗଡର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ଡଃ ରଥଙ୍କ ଅବଦାନ ଅବିସ୍ମରଣୀୟ। ରାଜ୍ୟର ଦୀନ, ଦୁଃଖୀ, ଦରିଦ୍ର ଏବଂ ବିପର୍ଯ୍ୟୟ ପୀଡିତଙ୍କ ସେବାରେ ଡଃ ରଥ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ପ୍ରଧାନଶିକ୍ଷକ ଶ୍ରୀ ବେହେରା ପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷକ କ୍ଷୀରୋଦ କୁମାର ମହାପାତ୍ର, ପ୍ରମୋଦ କୁମାର ସାହୁ, ବସନ୍ତ କୁମାର ସ୍ୱାଇଁ, ଶିକ୍ଷୟିତ୍ରୀ ସୁଲୋଚନା ପାଲ୍‍, ବିନୋଦିନୀ ଦେଇ, ସୁଜାତା ସାମନ୍ତରାୟ ଓ ସୂର୍ଯ୍ୟକାନ୍ତି ପଣ୍ଡା ଡଃ ରଥଙ୍କ ତ୍ୟାଗପୂତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ କର୍ମଚାରୀ ନିରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଡଃ ରଥ, ପଣ୍ଡିତ ଗୋପବନ୍ଧୁ ଓ ସାବିତ୍ରୀ ରଥଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା।


ଗୋପବନ୍ଧୁ ମହିଳା କଲେଜରେ ବାବୁଜୀଙ୍କୁ ଶ୍ରଦ୍ଧାଞ୍ଜଳି
ଆଠଗଡସ୍ଥିତ ଗୋପବନ୍ଧୁ ମହିଳା କଲେଜରେ ଶନିବାର ଆଠଗଡର ବରପୁତ୍ର ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ ଡଃ ରାଧାନାଥ ରଥଙ୍କ ୧୨୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଲେଜର ଅଧ୍ୟକ୍ଷା ମମତା ମିଶ୍ର ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଆଠଗଡର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଓ କୃଷିର ବିକାଶ କ୍ଷେତ୍ରରେ ବାବୁଜୀଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। କଲେଜର ଅଧ୍ୟାପିକା ପ୍ରମୋଦିନୀ ଜେନା, ବବିତା ସାହୁ, ସରିତା ଆଚାର୍ଯ୍ୟ, ନିର୍ଯ୍ୟାସୀ ବଳବନ୍ତରାୟ ଓ ବିଜୟାଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇ ଡଃ ରଥଙ୍କ ବହୁମୁଖୀ ପ୍ରତିଭା ଓ ତ୍ୟାଗପୂତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ କଲେଜ ପରିସରରେ ପ୍ରତିଷ୍ଠିତ ଡଃ ରଥ ଓ ତାଙ୍କର ପରମଗୁରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ କଲେଜ ଅଧ୍ୟକ୍ଷା ଓ ଅଧ୍ୟାପିକାମାନେ ମାଲ୍ୟାର୍ପଣ କରିଥିଲେ।

ଗୋପବନ୍ଧୁ ବିଜ୍ଞାନ କଲେଜରେ ରାଧାନାଥ ଜୟନ୍ତୀ
ଗୋପବନ୍ଧୁ ବିଜ୍ଞାନ କଲେଜର ପ୍ରତିଷ୍ଠାତା ତଥା ଓଡିଶାର ମହାନ ଜନସେବକ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କର ୧୨୪ତମ ଜୟନ୍ତୀ ରବିବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ଡଃ ରଥଙ୍କ ପ୍ରତିମୂର୍ତ୍ତିରେ କଲେଜର ଅଧ୍ୟକ୍ଷ ଓ ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପରେ ଆୟୋଜିତ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷତା କରି କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ରାଧାନାଥ ରଥଙ୍କର ବହୁମୁଖୀ ପ୍ରତିଭା, ଆଠଗଡ ତଥା ଓଡିଶା ରାଜ୍ୟର ବିକାଶ ପାଇଁ ତାଙ୍କର ଅବଦାନ ସଂପର୍କରେ ଅବତାରଣା କରିଥିଲେ। ଡକ୍ଟର ରଥଙ୍କ ଯୋଗୁଁ ଆଠଗଡ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚିତି ପାଇପାରିଥିଲା ବୋଲି ଅଧ୍ୟକ୍ଷ ଡଃ ସାହୁ ପ୍ରକାଶ କରିଥିଲେ। ଅଧ୍ୟାପକ ହରିହର ପାଢୀ, ଲଳିତେନ୍ଦୁ ପଟ୍ଟନାୟକ, ସନ୍ତୋଷ ମହାନ୍ତି, ଚିତ୍ତରଞ୍ଜନ ପଟ୍ଟନାୟକ, ଅଞ୍ଜନ କୁମାର ନନ୍ଦ, ପ୍ରାଧ୍ୟାପିକା ପ୍ରଭାତି ଦେବୀ, ଅଧ୍ୟାପିକା ମଳୟ ମଞ୍ଜରୀ ଦାସ, ଦମୟନ୍ତୀ ପରିଡା, ଡଃ ଗାୟତ୍ରୀ ତ୍ରିପାଠୀ ପ୍ରମୁଖ ଡଃ ରାଧାନାଥ ରଥଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ପୂର୍ବକ ତାଙ୍କ ସ୍ମୃତିଚାରଣ କରିଥିଲେ। ମୁଖ୍ୟକିରାଣୀ ପ୍ରଦୀପ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାନଳା କରିଥିବା ବେଳେ ଗ୍ରନ୍ଥାଗାରିକ ଆଲୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.