ରାଧାନାଥଙ୍କ ଜୟନ୍ତୀ ପାଳିତ

0

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ ହୋଇଯାଇଛିା ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ତଥା ନିର୍ଭିକ ସାମ୍ବାଦିକତାର ପ୍ରତିମୂର୍ତ୍ତି ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି କଲେଜର ବାଣିଜ୍ୟ ଅଧ୍ୟାପକ ରଂଜନ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମାଜ ଜିଲ୍ଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ ସମ୍ମାନୀତ ବକ୍ତା ଭାବେ ଉପସ୍ଥିତ ଥିଲେ। ଏଭଳି ମହାନ ସଂଗ୍ରାମୀଙ୍କ ଆଦର୍ଶରେ ଯୁବପୀଢି ଅନୁପ୍ରାଣିତ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲୋ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ ସାହୁ ଓ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସତାଧୀକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲୋ

Leave A Reply