ସ୍ୱାଦିଷ୍ଟ ରାବିଡ଼ି

ଆବଶ୍ୟକ ସାମଗ୍ରୀ
କ୍ଷୀର : ୨ଲିଟର
ଚିନି:  ୧କପ
ଗୁଜୁରାତି ଗୁଣ୍ଡ – ୧ ଚାମଚ
କଟା ବାଦାମ – ୮ ରୁ ୧୦ଟି
କେସର – ଅଳ୍ପ
ପିସ୍ତା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ କ୍ଷୀର ଫୁଟାନ୍ତୁ। କ୍ଷୀର କିଛି ସମୟ ଫୁଟିବା ପରେ ଚିନି ପକାନ୍ତୁ। ପୁଣି ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏଥିରେ କେସର, ଗୁଜୁରାତି ଗୁଣ୍ଡ, ବାଦାମ, ପିସ୍ତା ପକାଇ କ୍ଷୀର ସମ୍ପୂର୍ଣ୍ଣ ବହଳିଆ ହେବା ଯାଏଁ ଗ୍ୟାସରେ ବସାନ୍ତୁ। ବହଳିଆ ହେବା ପରେ ଏହାକୁ ଏକ ପାତ୍ରକୁ କାଢି ୨ ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ। ୨ ଘଣ୍ଟା ପରେ ଏହାକୁ କାଢି କିଛି ବାଦାମ, ପିସ୍ତା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ରାବିଡ଼ି।

Comments are closed.