ରବି ଶାସ୍ତ୍ରୀଙ୍କ ରିପୋର୍ଟ ଉପରେ ନିର୍ଭର କରୁଛି ମ୍ୟାନେଜରଙ୍କ ଭାଗ୍ୟ

0

ମୁମ୍ବଇ: ଭାରତୀୟ କ୍ରିକେଟ୍‍ ଦଳର ମ୍ୟାନେଜର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୁନୀଲ ସୁବ୍ରମଣ୍ୟମ୍‍ଙ୍କ ଏକବର୍ଷିଆ କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଳେ ତାଙ୍କ ଚୁକ୍ତି ନବୀକରଣ କରାଯିବ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ରିପୋର୍ଟ ଉପରେ ନିଆଯିବ। ଗତ ବୁଧବାର କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ)ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମ୍ୟାନେଜର ସୁନୀଲଙ୍କ ଚୁକ୍ତି ନବୀକରଣ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ରବି ଶାସ୍ତ୍ରୀଙ୍କ ରିପୋର୍ଟ ଆସିବା ପରେ ନିଆଯିବ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍‍ ଦଳର ଇଂଲଣ୍ଡ ଗସ୍ତ ମଝିରେ ସୁନୀଲଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା। ଏହାପରେ ତାଙ୍କ କାର୍ଯ୍ୟକାଳ ସାମୟିକ ଭାବେ ବଢ଼ାଇ ଦିଆଯାଇଛି।
ତେବେ ତାଙ୍କ ଚୁକ୍ତିର ସ୍ଥାୟୀ ନବୀକରଣ କରାଯିବ କି ନାହିଁ ତାହା ରବି ଶାସ୍ତ୍ରୀଙ୍କ ରିପୋର୍ଟ ମିଳିବା ପରେ ନିଷ୍ପତ୍ତି ହେବ।

Leave A Reply