ଆର୍‌.ଭିନିଲ୍‌ କ୍ରିଷ୍ଣା ହେଲେ ସିଏମ୍‌ଓ କୋଭିଡ୍‌ ପରିଚାଳନା ଓଏସ୍‌ଡି

ଭୁବନେଶ୍ଵର: ଆଇଏଏସ ଆର. ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଓଏସଡି ଭା​‌େ​‌ବ ନିଯୁକ୍ତ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ ପରିଚାଳନା ଓଏସଡି ଭାବେ କାର୍ଯ୍ୟ କରିବେ ଭିନିଲ କ୍ରିଷ୍ଣା, ପୂର୍ବ ଦାୟିତ୍ବ ସହିତ ଅତିରିକ୍ତ ଭାବେ ଓଏସଡି ଭାବେ ଦାୟିତ୍ବ ତୁଲାଇବେ। ଏହାସହିତ ଆଉ ୨ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି। ଲାଲା ମନୋଜ କୁମାର ରାୟ ସିଏମ୍‌ଓ ଯୁଗ୍ମ ସଚିବ ହୋଇଥିବାବେଳେ କଟକ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ସିଏମ୍‌ଓ ଡେପୁଟି ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କଟକ ଉପଜିଲାପାଳ ଭାବେ ପ୍ରତାପ ବେଉରା ଅବସ୍ଥାପିତ।

Comments are closed.