ଅମୀରଙ୍କ ପରେ ମାଧବନ୍‌ଙ୍କୁ କରୋନା, ଅଭିନେତା କହିଲେ- ରେଞ୍ଚୋ… ଭାଇରସ୍‌ ନେ ପକଡ଼୍‌ ଲିଆ

ମୁମ୍ବଇ: ଅମୀର ଖାନଙ୍କ ପରେ ଏବେ କରୋନା କବଳରେ ଅଭିନେତା ଆର୍‌ ମାଧବନ୍। ଏନେଇ ମାଧବନ୍‌ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି‌। ସେ ଏବେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ୨୦୦୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘୩ ଇଡିଅଟ୍ସ’ ସହ ନିଜ କଥାକୁ ଯୋଡ଼ି ଅଭିନେତା ଲେଖିଛନ୍ତି ଯେ ସେ ଭଲ ଅଛନ୍ତି ଏବଂ ଶୀଘ୍ର ସୁସ୍ଥ ହେଉଛନ୍ତି।


ଫିଲ୍ମ ‘୩ ଇଡିଅଟ୍ସ’ ପୋଷ୍ଟରରୁ ମାଧବନ୍‌ ନିଜର ଓ ଅମୀରଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘‘ଫରହାନଙ୍କୁ ରେଞ୍ଚୋଙ୍କୁ ଅନୁସରଣ କରିବାକୁ ପଡ଼ିବ ଏବଂ ଭାଇରସ୍‌ ସର୍ବଦା ଆମ ପଛରେ ପଡ଼ିଥାଏ। କିନ୍ତୁ ଏଥର ସେ ବଦମାସ୍‌ ଆମକୁ ଧରିନେଲା। କିନ୍ତୁ ‘ଅଲ୍‌ ଇଜ୍‌ ୱେଲ୍’ ଏବଂ କୋଭିଡ଼୍‌ ମଧ୍ୟ ଶୀଘ୍ର କୂଅରେ ପଡ଼ିବ।‌ ମାତ୍ର ଏହି ସ୍ଥାନକୁ ରାଜୁ ମଧ୍ୟ ଆସୁ ବୋଲି ଆ​‌ମେ ଚାହୁଁନୁ। ଆପଣମାନଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞ। ମୁଁ ଶୀଘ୍ର ସୁସ୍ଥ ହେଉଛି’’।

ସୂଚନାଯୋଗ୍ୟ ‘୩ ଇଡିଅଟ୍ସ’ରେ ଅମୀର ଖାନ୍‌ ରେଞ୍ଚୋ ଭୂମିକାରେ ଅଭିନୟ କରିଥିବା ବେଳେ ଆର୍‌ ମାଧବନ୍‌ ଫରହାନ୍‌ ଭୂମିକାରେ ଅଭିନୟ କରିଥିଲେ। ସେହିପରି ଶରମନ୍‌ ଯୋଶୀ ରାଜୁ ରସ୍ତୋଗୀ ଓ ବୋମନ୍‌ ଇରାନୀ ବୀରୁ ସହସ୍ତ୍ରବୁଦ୍ଧି(ଭାଇରସ୍‌) ଚରିତ୍ରରେ ନଜର ଆସିଥିଲେ। ଫିଲ୍ମର ଚରିତ୍ରମାନଙ୍କୁ ଯୋଡ଼ି ମାଧବନ୍‌ ନିଜ କଥା କହିଛନ୍ତି।

Comments are closed.