ଆର୍.କେ ଷ୍ଟୁଡିଓରେ ଶେଷ ଗଣେଶ ପୂଜା

0

ସ୍ବର୍ଗୀୟ ଅଭିନେତା ରାଜ କପୁରଙ୍କ ଆର୍.କେ ଷ୍ଟୁଡିଓ ବିକ୍ରି ହେବାକୁ ଯାଉଛି। ବଲିଉଡର କଳାକାରମାନେ ଏଇ ଖବର ଜାଣିବା ପରେ ଏକରକମ ସ୍ତବ୍ଧ ହୋଇଯାଇଥିଲେ। ତାଙ୍କ ପରିବାର ତରଫରୁ ଏହି କଥାକୁ ସ୍ପଷ୍ଟ କରାଯାଇଛି। ପ୍ରତି ବର୍ଷ ଏହି ଷ୍ଟୁଡିଓରେ ଗଣେଶ ପୂଜା ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ​‌େ​‌ସପ୍ଟେମ୍ବରରେ ୧୩ରେ ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେବ। ଏଣୁ ରାଜ କପୁରଙ୍କ ପୁଅ ରିଷି କପୁର ସ୍ପଷ୍ଟ କରିଛନ୍ତି ଏଥରକ ମଧ୍ୟ ୧୦ଦିନ ବ୍ୟାପୀ ଷ୍ଟୁଡିଓରେ ବେଶ୍ ଜାକଜମକରେ ଗଣେଶ ପୂଜା ପାଳିତ ହେବ। ତେବେ ଏହା ଷ୍ଟୁଡିଓର ଶେଷ ଗଣେଶ ପୂଜା ବୋଲି ସେ ମନ ଦୁଃଖରେ କହିଥିଲେ। ରାଜକପୁରଙ୍କ ସମୟରୁ ଏଇ ଷ୍ଟୁଡିଓରେ ହୋଲି ଓ ଗଣେଶ ପୂଜା ଖୁବ୍ ଜାକଜମକରେ ପାଳିତ ହୋଇଆସୁଛି। ଏଥରକ ହୋଲିରେ ମଧ୍ୟ କପୁର ପରିବାର ତରଫରୁ ପାର୍ଟି ଆୟୋଜିତ ହୋଇଥିଲା। ପରିବାରର ସମସ୍ତ ସଦସ୍ୟ ଏଥରକ ଗଣେଶ ପୂଜାରେ ଉପସ୍ଥିତ ରହିବେ ବୋଲି ରିଷି କହିଛନ୍ତି।

Leave A Reply