ଅଶ୍ବିନ୍‌ଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍‌ ଦଳର ମୁକାବିଲା କିଙ୍ଗ୍‌ସ ଏକାଦଶ ପଞ୍ଜାବ ସହ ହୋଇଥିଲା । ଏହି ମ୍ୟାଚ୍‌ରେ ଦିଲ୍ଲୀ ଦଳ ବିଜୟୀ ହୋଇଥିବା ବେଳେ ପଞ୍ଜାବ ଦଳର ବୋଲର ଧୀମା ବୋଲିଂ କରିଥିବାରୁ ଏହି ଦଳର ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି।
ପଞ୍ଜାବ ଦଳର ବୋଲର ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଓଭର ବୋଲିଂ କରିବାରେ ବିଫଳ ହୋଇଥିଲେ। ଚଳିତ ସିଜିନ୍‌ରେ ପଞ୍ଜାବ ଦଳ କ୍ଷେତ୍ରରେ ଏହା ପ୍ରଥମ ଘଟଣା ​‌େ‌ହାଇଥିବାରୁ ନିୟମ ଅନୁଯାୟୀ ଏହି ଦଳର ଅଧିନାୟକ ଅଶ୍ବିନ୍‌ଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ଆଇପିଏଲ୍‌ ମ୍ୟାନେଜମେଣ୍ଟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ୧୬୩ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ଦଳ ଶିଖର ଧାୱନ୍‌ଙ୍କ ୫୬ ଓ ଶ୍ରେୟସ ଆୟାରଙ୍କ ୫୮ ରନ୍‌ ବଳରେ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପଞ୍ଜାବ ଦଳ ୧୦ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିଛି। ପରବର୍ତ୍ତୀ ମ୍ୟାଚ୍‌ରେ ପଞ୍ଜାବ ଆସନ୍ତା ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ।

Comments are closed.