ଟ୍ରକ-ଏସୟୁଭି ଧକ୍କା; ନୃତ୍ୟଶିଳ୍ପୀ କୁଇନ ହାରିସ ସମେତ ୪ କଳାକାର ମୃତ

ଯୋଧପୁର : ରାଜସ୍ଥାନ ଯୋଧପୁରରେ ରବିବାର ସକାଳେ ଏକ ଦୁର୍ଘଟଣାରେ ବିଶ୍ବ ପ୍ରସିଦ୍ଧ ଲୋକ ନୃତ୍ୟଶିଳ୍ପୀ କୁଇନ ହାରିସଙ୍କ ସମେତ ୪ କଳାକାର ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ହାରିସଙ୍କ ସମେତ ଅନ୍ୟମାନେ ଏକ ଏସୟୁଭିରେ ଜୟସାଲମେରରୁ ଆଜମେର ଅଭିମୁଖେ ଯାଉଥିବାବେଳେ ଯୋଧପୁର ନିକଟ କାପରଡା ଗ୍ରାମରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଟ୍ରକଟି ରାସ୍ତାରେ ଅଟକି ରହିଥିବାବେଳେ ଏସୟୁଭିଟି ଏହାକୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାରିସ, ରବୀନ୍ଦ୍ର, ବିଖେ ଖାଁ ଓ ଲତିଫ ଖାଁ ପ୍ରାଣ ହରାଇଥିବା ପୁଲିସ କହିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି ଯେ ହାରିସ ଓ ତାଙ୍କ ସାଥୀ କଳାକାରମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଳାକାରଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି।

Comments are closed.