କରୋନା ମୁକାବିଲା: ପ୍ରବାସୀ ଚିକିତ୍ସା ପାଇଁ ୧୬,୬୬୪ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରହିଛି ୭,୩୮,୬୨୧ ଶଯ୍ୟା

ଭୁବନେଶ୍ବର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରାଯିବ। ଏହି ଆଭିମୁଖ୍ୟ ନେଇ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୬୪୪ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୭,୩୮,୬୨୧ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ରାଜ୍ୟ ବାହରୁ ଆସୁଥିବା ପ୍ରବାସୀ ଓଡ଼ିଆ କ୍ବାରେଣ୍ଟାଇନ୍‌ରେ ରହିପାରିବେ ଏବଂ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ସେମାନଙ୍କୁ ମୌଳିକ ଚିକିତ୍ସା ସେବା ପ୍ରଦାନ କରାଯାଇପାରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.