କ୍ବାରେଣ୍ଟାଇନ ବ୍ୟବସ୍ଥାର ଗୁମର କଥା !

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଣ୍ଟାକ୍ଟ ଟ୍ରେସ କରି ଲୋକଙ୍କର କରୋନା ପରୀକ୍ଷା କରାଉଛନ୍ତି। କିନ୍ତୁ କ୍ବାରେଣ୍ଟାଇନ ବ୍ୟବସ୍ଥାର ଅସଲ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହୁଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ବାରେଣ୍ଟାଇନ ସେଣ୍ଟରରେ ରହଥିବା ଅବ୍ୟବସ୍ଥା ସୋସିଆଲ ମିଡିଆ ଜରିଆରେ ପଦାକୁ ଆସୁଛି। ଏହିପରି ଆଉ ଏକ ଘଟଣା ସାସ୍ନାକୁ ଆସିଛି। ଘଟଣାଟି ଓଡ଼ିଶାର କୌଣସି ଏକ ବଡ଼ କ୍ବାରେଣ୍ଟାଇନ ସେଣ୍ଟରର, ଯେଉଁଠି ଅନ୍ତେବାସୀ ବଖାଣୁଛନ୍ତି ସରକାରୀ କ୍ବାରେଣ୍ଟାଇନ ବ୍ୟବସ୍ଥାର ଅସଲ ଗୁମର। ଆସନ୍ତୁ ଦେଖିବା ଏହି ଭିଡିଓରେ କ’ଣ କହୁଛନ୍ତି ଅନ୍ତେବାସୀ ? କେଉଁ ପରିସ୍ଥିତିରେ ସେମାନଙ୍କୁ ପ୍ରଶାସନ କ୍ବାରେଣ୍ଟାଇନରେ ରଖିଛି ଏବଂ କ୍ବାରେଣ୍ଟାଇନ କେନ୍ଦ୍ରରେ ସେମାନେ କିଭଳି ହୀନସ୍ତା ହେଉଛନ୍ତି?

 

Comments
Loading...