କ୍ୟୁଆର ସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ବାଲେଶ୍ୱର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କ୍ୟୁଆର ସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ସକାଳ ୧୨.୨୦ ମିନିଟରେ ଏହି ପରୀକ୍ଷା କରାଯାଇଥିବା ବେଳେ ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି। ଭାରତର ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ ଏହି ଏହି କ୍ୟୁଆର ସାମ (କୁଇକ ରିଆକସନ ସରଫେସ ଟୁ ଏୟାର ମିସାଇଲ)ର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହି ସ୍ବଳ୍ପ ଦୂରଗାମି କ୍ଷେପଣାସ୍ତ୍ର ସବୁ ଋତୁରେ ଉତକ୍ଷେପଣ କରାଯାଇ ପାରୁଥିବା ବେଳେ ଏୟାରକ୍ରାଫ୍‌ଟ ରାଡ଼ାରରୁ ନିଜକୁ ଦୂରେଇ ରଖିବା ପାଇଁ ଏହି କ୍ଷେପଣାସ୍ତ୍ରରେ ଇଲେକଟ୍ରୋନିକ୍ସ କାଉଣ୍ଟର ମେଜରମେଣ୍ଟ ସିଷ୍ଟମ ରହିଛି। ଏହି କ୍ଷେପଣାସ୍ତ୍ର ଟ୍ରକ ଉପରୁ ଉତକ୍ଷେପଣ କରାଯାଇ ପାରୁଥିବା ବେଳେ ଏହାର କାନିଷ୍ଟର ଭର୍ସନ ମଧ୍ୟ ରହିଛି। କାନିଷ୍ଟର ଭର୍ସନରେ ଏହି କ୍ଷେପଣାସ୍ତ୍ରକୁ ଗୋଟିଏ ଧାତବ ବାକ୍ସ ମଧ୍ୟରେ ରଖାଯାଇ ନିର୍ଦ୍ଦଷ୍ଟ ସ୍ଥାନକୁ ନିଆଯାଇ ପାରିବ ଓ ଉତକ୍ଷେପଣ କରାଯାଇ ପାରିବ। କ୍ଷେପଣାସ୍ତ୍ର କଠିନ ଇନ୍ଧନ ବ୍ୟବହାର କରୁଥିବା ବେଳେ ଏହାର ଲକ୍ଷ୍ୟ ଭେଦ କ୍ଷମତା ୨୫ରୁ ୩୦ କିଲୋମିଟର। ଏହାର ପ୍ରଥମ ପରୀକ୍ଷା ୨୦୧୭ ମସିହା ଜୁନ ୪ ତାରିଖରେ ହୋଇଥିବା ବେଳେ ଶେଷ ତଥା ଷଷ୍ଠଥର ପାଇଁ ୪ ଅଗଷ୍ଟ ୨୦୧୯ରେ ହୋଇଥିଲା।

Comments
Loading...