କ୍ଷଣିକରେ ହରିଣକୁ ସମ୍ପୂର୍ଣ୍ଣ ଗିଳିଦେଲା ଅଜଗର; ଲୋମଟାଙ୍କୁରା ଭିଡିଓ ଦେଖି ଲୋକେ ହତବାକ୍‌

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଗୋଟିଏ ଅଜଗର ଏକ ହରିଣକୁ କ୍ଷଣିକ ମଧ୍ୟରେ ସମ୍ପୂର୍ଣ୍ଣ ଗିଳି ଦେଉଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି ଏବଂ ଏଥିରେ ଦେଖିବାକୁ ମିଳିଛି ଯେ, ଅଜଗରଟି କେତେ ଶୀଘ୍ର ନିଜ ଶିକାରକୁ ଗିଳି ଦେଉଛି। ଏହା ଦେଖି ଲୋକେ ଚକିତ ହୋଇଯାଇଛନ୍ତି। ଯେଉଁ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଭିଡିଓଟି ଶେୟାର କରାଯାଇଛି, ସେଥିରେ ଏହି ଲୋମହର୍ଷଣକାରୀ ଦୃଶ୍ୟର ତାରିଖ କିମ୍ବା ସ୍ଥାନ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।

କେତେକ ୟୁଜର କହିଛନ୍ତି, ଏହା ହେଉଛି ବର୍ମିଜ୍‌ ଅଜଗର, ଯାହାକି ପୃଥିବୀର ସବୁଠାରୁ ବଡ଼ ସାପମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଏହା ମଧ୍ୟ କୁହାଯାଉଛି ଯେ, ଭିଡିଓଟି ରିଭର୍ସରେ ଅଛି। ୟୁଜର କହିଛନ୍ତି ଯେ, ଅଜଗର ଏତେ ଶୀଘ୍ର ଖାଏନାହିଁ।  ଏହି ଭିଡିଓକୁ beautiful_new_pix ଇନ୍‌ଷ୍ଟାଗ୍ରାମ ଆଇଡିରୁ ଶେୟାର କରାଯାଇଛି। ଏଥିରେ ଜଣେ ବ୍ୟକ୍ତି ଅଜଗର ଶରୀର ଉପରେ ଥାପୁଡ଼ାଉଥିବା ଦେଖିବାକୁ ମିଳିଛି, କାରଣ ସେ ହରିଣକୁ ଗିଳୁଛି। ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି। ସପ୍ତାହେ ପୂର୍ବରୁ ଅପ୍‌ଲୋଡ଼୍‌ କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୮ହଜାରରୁ ଊର୍ଦ୍ଧ୍ବ ଲାଇକ୍‌ ମିଳି ସାରିଲାଣି।

Comments are closed.