ଘରୁ ଉଦ୍ଧାର ହେଲା ବିରାଟକାୟ ଅଜଗର

ୟମୁନାନଗର : ହରିୟାଣାର ୟମୁନାନଗର ଜିଲାର ଫେଜପୁରରେ ଏକ ଅଜଗର ସାପ କାରଣରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସାପଟିର ଗତି ଖୁବ ଦ୍ରୁତ ଥିବାରୁ ବନ ବିଭାଗ କର୍ମୀଙ୍କୁ ଏହାକୁ କାବୁ କରିବାକୁ ନାକେଦମ ହେବାକୁ ପଡ଼ିଥିଲା। ଖୁବ କଷ୍ଟରେ କର୍ମୀମାନେ ସାପଟିକୁ ଉଦ୍ଧାର କରି ଘନ ଜଙ୍ଗଲରେ ଛାଡିଛନ୍ତି ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ବିଶାଳ ଅଜଗର ସାପଟି ଫେଜପୁରରେ ଏକ ଢାବା ନିକଟରେ ଥିବା ଜଣଙ୍କ ଘରେ ପଶି ଯାଇଥିଲା। ସାପକୁ ଦେଖିବା ମାତ୍ରେ ଲୋକେ ଖୁବ ଭୟଭୀତ ହୋଇ ଯାଇଥିଲେ। ଭୟରେ କେହି ମଧ୍ୟ ସାପକୁ ଧରିବାକୁ ସାହସ କରିନଥିଲେ। ଏହି ଅଞ୍ଚଳଟି କଲେସର ଜାତୀୟ ଉଦ୍ୟାନର ନିକଟତର ହୋଇଥିବାରୁ ଅଧିକାଂଶ ସମୟରେ ଏଠାରେ କ୍ଷତିକାରକ ବନ୍ୟଜନ୍ତୁ ଆସିଥାଆନ୍ତି। ଗ୍ରାମର ବହୁ ଗୃହପାଳିତ ପଶୁଙ୍କର ମଧ୍ୟ ଶିକାର କରିଥାଆନ୍ତି। ଏହାସହ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏ ଯେଉଁ ଅଜଗର ସାପଟିକୁ ସେମାନେ ଦେଖିଲେ ଏପର୍ଯ୍ୟନ୍ତ ଏତେ ବଡ଼ ଓ ବିଶାଳ ସାପ ସେ ପୁର୍ବରୁ ଗାଁରେ ଦେଖିନଥିଲେ। ଉଦ୍ଧାର ହୋଇଥିବା ଅଜଗର ସାପଟି ୧୫ ରୁ ୧୮ କିଲୋଗ୍ରାମ ବୋଲି ଜଣାପଡ଼ିଛି।

 

Comments are closed.