ଅଜଗର ସାପ ଉଦ୍ଧାର

ଫୁଲବାଣୀ: ଫୁଲବାଣୀ ପୌରପରିଷଦ ନିକଟସ୍ଥ ରୁଚି ହୋଟେଲ୍‍ ନିକଟରେ ଥିବା ଅଗସ୍ତି ବାଘଙ୍କ ଘରୁ ଆଜି ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ପ୍ରାୟ ୨ ଫୁଟ ହେବ। ଅଗସ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିବା ନେଇ ସେ ଟିମ୍‍ ହ୍ୟୁମାନିଟକୁ ଖବର ଦେଇଥିଲେ। ଖବର ପାଇବା ପରେ ଟିମ୍‍ର ସଦସ୍ୟମାନେ ସେଠାରେ ପହଞ୍ଚି ଉକ୍ତ ଅଜଗର ସାପକୁ ଉଦ୍ଧାର କରିବା ସହିତ ଏକ ଜଙ୍ଗଲରେ ନେଇ ଛାଡିଛନ୍ତି। ଠିକ୍‍ ସମୟରେ ସଂଗଠନର ସଦସ୍ୟମାନେ ପହଞ୍ଚି ସାପକୁ ଉଦ୍ଧାର କରିଥିବା ଯୋଗୁଁ ଅଗସ୍ତିଙ୍କ ପରିବାର ଓ ସାହି ବାସିନ୍ଦା ସାଧୁବାଦ ଜଣାଇଛନ୍ତି। ଗତ ଏକ ମାସ ମଧ୍ୟରେ ଫୁଲବାଣୀ ସହରର ବିଭିନ୍ନ ସାହିମାନଙ୍କରୁ ଖବର ପାଇଁ ସଂଗଠନର ସଦସ୍ୟମାନେ ପ୍ରାୟ ୪୦ରୁ ଉର୍ଦ୍ଧ ବିଷାକ୍ତ ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ପ୍ରକାଶ। 

Comments are closed.