କୁକୁଡ଼ା ଗିଳିଥିବା ଅଜଗର ଧରାପଡ଼ିଲା

ନୀଳଗିରି: କୁକୁଡ଼ା ଫାର୍ମ ଭିତରେ ପଶି କୁକୁଡ଼ାକୁ ଗିଳି ଦେଇଥିବା ଏକ ୬ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ବାଲେଶ୍ୱର ଜିଲାର ନୀଳଗିରି ଉପଖଣ୍ଡ ଅଧୀନ ତଥା ଔପଦା ବ୍ଲକ ସନ୍ତରାଗଡ଼ିଆ ଅଞ୍ଚଳରେ ଥିବା ଅନୁଜ ଦାସଙ୍କ କୁକୁଡ଼ା ଫାର୍ମ ଭିତରକୁ ମଙ୍ଗଳବାର ରାତିରେ ଏକ ଅଜଗର ସାପ ପଶି ତାଙ୍କ ବ୍ରଏଲର କୁକୁଡ଼ାକୁ ଗିଳି ଯାଇଥିଲା। ସାପଟି ଫାର୍ମ ଭିତରେ ଉପଦ୍ରବ ଘଟାଇବାରୁ ଅନ୍ୟ କୁକୁଡ଼ାମାନେ ଭୟଭୀତ ହୋଇ ପଡ଼ିଥିଲେ। ଏଭଳି ଅବସ୍ଥା ଦେଖି ଫାର୍ମ ମାଲିକଙ୍କଠାରୁ ଖବରପାଇ କୁଲଡିହା ଗାଇଡ୍‍ ତଥା ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ମନୋରଞ୍ଜନ ଦାସ ଓ ତାଙ୍କ ସହଯୋଗୀ ବିନୋଦ ସେଠୀ ସେଠାରେ ପହଞ୍ଚି ଉକ୍ତ ଅଜଗରକୁ ଉଦ୍ଧାର କରିଛନ୍ତି। ବୁଧବାର ପୂର୍ବାହ୍ନରେ ତାକୁ ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Comments are closed.