ଜଙ୍ଗଲ ଛାଡ଼ି ବସତି ମୁହାଁ ଅଜଗର: ପୁଣି ଜଙ୍ଗଲରେ ନେଇ ଛାଡ଼ିଲେ ବନରକ୍ଷୀ

ପଦ୍ମପୁର: ହାତୀ, ବାଘ, ଭାଲୁ ପରି ଜଙ୍ଗଲୀ ପଶୁଙ୍କ ପରି ଜଙ୍ଗଲୀ ସାପ ଅଜଗର ବି ଗାଁ ମୁହାଁ ହେଉଛନ୍ତି । ପଦ୍ମପୁର ଉପଖଣ୍ଡରେ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି । ଗତକାଲି ଜଗଦଲପୁର ଥାନା ଅଞ୍ଚଳସ୍ଥ ମହୁଲପାଲି ଗାଁରେ ଏକ ଅଜଗର ସାପ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲା । ସାପକୁ ଦେଖି ଲୋକମାନେ ଭୟଭୀତ ହୋଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଜଙ୍ଗଲ ବିଭାଗର କର୍ମଚାରୀ ବଳରାମ ସାହୁ ଓ ପଦ୍ମନ ପ୍ରଧାନ ସାପକୁ ଧରି ତାକୁ ପୁଣି ଜଙ୍ଗଲରେ ଛାଡ଼ିଥିବା ସୂଚନା ମିଳିଛି ।

Comments are closed.