ଦୁନିଆଁରେ କାହାର ନୁହେଁ କେବଳ ଏହି ବ୍ୟକ୍ତିମାନଙ୍କର କଥା ଶୁଣନ୍ତି ରୁଷ୍‌ ରାଷ୍ଟ୍ରପତି ପୁତିନ୍‌

ମସ୍କୋ – ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍‌ । ୟୁକ୍ରେନ୍‌ ଉପରେ ଆକ୍ରମଣପରେ ସାରା ଦୁନିଆଁରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଏପରିକି ନିଜ ଦେଶରେ ମଧ୍ୟ ତାଙ୍କୁ ବିରୋଧ କରାଯାଉଛି । କେହିବି ତାଙ୍କୁ ଏହି ଯୁଦ୍ଧରୁ ବିରତ କରାଇପାରି ନାହାନ୍ତି । ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେବା ସହ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦେଇଛନ୍ତି ।

ତୃତୀୟ ବିଶ୍ୱ ଯୁଦ୍ଧରେ ପରମାଣୁ ଯୁଦ୍ଧ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି । କାହାର ବି କଥା ଶୁଣି ନାହାନ୍ତି ପୁତିନ୍‌ । ହେଲେ ସେ କେବଳ ତାଙ୍କ ପରାମର୍ଶଦାତାଙ୍କ  କଥା ଶୁଣନ୍ତି । ତାଙ୍କର ଏକ ପରାମର୍ଶଦାତା ଗୋଷ୍ଠୀ ରହିଛନ୍ତି । ଏଥିରେ ଗୁଇନ୍ଦା ବିଭାଗର ବିଶେଷ ଅଧିକାରୀ, ରାଜନେତା , ଅଧିକାରୀ , ସୈନ୍ୟ ବିଭାଗର ବରିଷ୍ଠ ଅଧିକାରୀ ରହିଛନ୍ତି । ଏମାନେ ନେିଥିବା ନିଷ୍ପତ୍ତି ବିଷୟରେ ଶୁଣନ୍ତି ପୁତିନ୍‌ , ଏହାପରେ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରନ୍ତି ।

ଏହି ବିଶେଷ ପରାମର୍ଶଦାତାଙ୍କ ମଧ୍ୟରେ ରହିଛନ୍ତି ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ । ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀଙ୍କର ନାମ ସର୍ଗେଇ ଶୋଇଗୁ । ସେ ପୁତିନ୍‌ଙ୍କ ବେଶ୍‌ ପାଖ ଲୋକ । ସବୁବେଳେ ସେ ପୁତିନ୍‌ଙ୍କ ପାଖେ ପାଖେ ରୁହନ୍ତି । ଏପରିକି ପୁତିନ୍‌ ଛୁଟିରେ ଗଲେ ମଧ୍ୟ ତାଙ୍କ ସହ ରହିଥାଆନ୍ତି । ତାଙ୍କୁ ପୁତିନ୍‌ଙ୍କର ଉତ୍ତରାଧିକାରୀର ମାନ୍ୟତା ମିଳିଛି । ସର୍ଗେଇ ଶୋଇଗୁଙ୍କ ଯୋଗୁଁ କ୍ରିମିଆ ଯୁଦ୍ଧରେ ରୁଷ୍‌ର ବିଜୟ ହୋଇଥିଲା । ୟୁକ୍ରେନ୍‌ର ଏହି ପ୍ରଦେଶ ରୁଷ୍‌ରେ ସାମିଲ୍‌ ହୋଇଛି । ସେ ସୈନ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ମଧ୍ୟ ଥିଲେ । ବିଭିନ୍ନ ଦେଶରେ ଥିବା ରୁଷ୍‌ ବିରୋଧି ଏଜେଣ୍ଟମାନଙ୍କୁ ବିଷ ଦେଇ ହତ୍ୟା କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିବା ସନ୍ଦେହ କରାଯାଉଛି । ରାଷ୍ଟ୍ରପତି ପୁତିନ୍‌ ଯେଉଁ ନିଷ୍ପତ୍ତି ଗ୍ରହଣ କରନ୍ତି ଏଥିରେ ସର୍ଗେଇ ଶୋଇଗୁଙ୍କର ବଡ ଭୂମିକା ରହିଥିବା କଥା ଚର୍ଚ୍ଚା ହୋଇଥାଏ ।

ଭାଲେରି ଗେରାସିମୋଭ – ଏ ହେଉଛନ୍ତି ରୁଷ୍‌ର ସେନା ପ୍ରମୁଖ । ୟୁକ୍ରେନ ଉପରେ ଆକ୍ରମଣ କରିବା ଏବେ ତା ଉପରେ କବ୍‌ଜା କରିବାର ଦାୟିତ୍ୱ ଭାଲେରି ଗେରାସିମୋଭଙ୍କ ଉପର୍ ନ୍ୟସ୍ତ । ୧୯୯୯ ଚେଚନିୟା ଯୁଦ୍ଧରେ ସେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୨୦୧୨ରେ ତାଙକୁ ସେନା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୪ରେ କ୍ରିମିଆ ଘଟଣା ପରେ ତାଙ୍କୁ ଅଷ୍ଟ୍ରଲିଆ, ୟୁରୋପ ସହ ବିଭିନ୍ନ ଦେଶରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଯୁଦ୍ଧ ପରିସ୍ଥିତ ପରେ ଆମେରିକା ମଧ୍ୟ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ।

ଏମାନଙ୍କ ବ୍ୟତୀତ ଅନେକ ବରିଷ୍ଠ ବ୍ୟକ୍ତିମାନେ ପୁତିନ୍‌ଙ୍କ ପରାମର୍ଶଦାତା ଗୋଷ୍ଠୀରେ ରହିଛନ୍ତି ।

Comments are closed.