ଗାଲଫୁଲାରେ ପୁଷ୍ଟି ମହୋତ୍ସବ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଗାଲଫୁଲା ଗ୍ରାମରେ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଛି । ଟାଙ୍ଗରପଡ଼ା ସରପଞ୍ଚ ରଞ୍ଜୁଲତା ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା କୃଷ୍ଣ ଚନ୍ଦ୍ର ବାରିକ, ସମ୍ମାନିତ ଅତିଥି ଭାବେ ଭାରତ ସଂଗଠନର ଶିବ ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସଂଯୋଜିକା ନଳିନୀ ନାଏକ, ଏମବିକେ ଖୁଲଣା ନାଏକ, ଆଶା ଯଶୋଦା ନାଏକ, ଅଙ୍ଗନବାଡ଼ି ‘କ’ ଭଗବତୀ ନାଏକ, ଅଙ୍ଗନବାଡି ‘ଖ’ ର ଜମ୍ବୁବତୀ ନାଏକ, ଗାଁର ୱାର୍ଡ ମେମ୍ବେର ଅଙ୍କୁର ନାଏକ, ଲଷ୍ମୀପ୍ରିୟା ନାଏକ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଛୋଟ ଛୋଟ କୁନି ପିଲାମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। କୁପୋଷଣ କିପରି ଦୂର କରା ଯିବ ତାହା ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଥିଲା। ଦଶ ପ୍ରକାର ଖାଦ୍ୟ ତିଆରି କରାଯାଇ ଗର୍ଭବତୀ ମା ଓ ପ୍ରସ୍ତୁତ ମା ମାନଙ୍କୁ ସଚେତନ କରାଯାଇଥିଲା । ଏଠାରେ ଆଖପାଖ ଗ୍ରାମର ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସାମିଲ ଥିଲେ।

ମହୋତ୍ସବର ଆବଶ୍ୟକତା ଓ ପୁଷ୍ଟି ଯୁକ୍ତ ଖାଦ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଓଡ଼ିଶା ଜୀବିକା ମିଶନର ତତ୍ବାବଧାନରେ ଆଞ୍ଚଳିକ ମଞ୍ଚର କର୍ମକର୍ତ୍ତା ମାନଙ୍କର ମିଶନ ଶକ୍ତି ଆନୁକୁଲ୍ୟରେ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଛି।

Comments are closed.