ଓଡ଼ିଆ ପ୍ରଯୋଜକଙ୍କ ବଲିଉଡ ଫିଲ୍ମ ‘ପୁଷ୍ପା ଆଇ ହେଟ୍‍ ଟିୟର୍ସ’

0

ଅମରପ୍ରେମ ଚଳଚ୍ଚିତ୍ରର ଲୋକପ୍ରିୟ ସଂଳାପ ‘ପୁଷ୍ପା ଆଇ ହେଟ୍‍ ଟିୟର୍ସ..’କୁ ଆପଣ ମନରୁ ପାସୋରି ନଥିବେ। ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଦରଦଭରା କଣ୍ଠର ଏହି ସଂଳାପଟି ଆଜି ବି ସାଇତା ହୋଇ ରହିଛି କୋଟି ଭାରତୀୟଙ୍କ ହୃଦୟରେ। ଏବେ ଏହି ସଂଳାପକୁ ଶୀର୍ଷକ କରି ନିର୍ମିତ ହେଉଛି ବଲିଉଡ ଫିଲ୍ମ ‘ଓଃ ପୁଷ୍ପା ଆଇ ହେଟ୍‍ ଟିୟର୍ସ’। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଏହାର ପ୍ରଯୋଜକ ଜଣେ ଓଡ଼ିଆ। ତାଙ୍କ ନାଁ ଅମୂଲ୍ୟ ଦାସ। ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକର ନିର୍ଦେଶନା ଦେଇ ବିଶେଷ ସଫଳତା ହାସଲ କରିବା ପରେ ଏବେ ବଲିଉଡରେ ପାଦ ରଖିଛନ୍ତି ଅମୂଲ୍ୟ। ଫିଲ୍ମସ୍‍ ଅ ୫୦ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଛନ୍ତି ବଲିଉଡର ନାମକରା ହାସ୍ୟାଭିନେତା କ୍ରିଷ୍ଣା ଅଭିଷେକ। ତାଙ୍କ ବିପକ୍ଷରେ ନବାଗତା ଆଦ୍ୟା ଠାକୁରଙ୍କୁ ଉପସ୍ଥାପିତ କରାଯାଉଛି। କ୍ରିଷ୍ଣା ଓ ଆଦ୍ୟାଙ୍କ ବାଦ୍‍ ଆଉ ଏକ ଯୋଡ଼ିକୁ ଦେଖିବାକୁ ମିଳିବ। ସେମାନେ ହେଲେ ଜୟରାମ କାର୍ତ୍ତିକ ଓ ଅନୁସ୍ମିତା ସରକାର। ଏମାନଙ୍କ ବ୍ୟତୀତ ଅଛନ୍ତି ମୁକେଶ ତିୱାରୀ, ବିଜୟରାଜ ଓ ସୁଦେଶ ଲାହିରୀଙ୍କ ପରି ପ୍ରସିଦ୍ଧ ଅଭିନେତା। ‘ଓଃ ପୁଷ୍ପା ଆଇ ହେଟ୍‍ ଟିୟର୍ସ’ର ନିର୍ଦେଶନା ଦେଉଛନ୍ତି ଦୀନକର କପୁର। କ୍ୟାମେରାରେ ଅରବିନ୍ଦ ପାୱାର ଥିବାବେଳେ ସଂଳାପ ଲେଖିଛନ୍ତି ଆଦେଶ କେ. ଅର୍ଜୁନ। ଫିଲ୍ମର ୮୦ ଭାଗ ସୁଟିଂ ଶେଷ ହୋଇଥିବାବେଳେ ବାକି ୨୦ ଭାଗ ଓଡ଼ିଶା ଓ କିଛି ସ୍ୱତନ୍ତ୍ର ଦୃଶ୍ୟର ସୁଟିଂ ବିଦେଶରେ କରାଯିବା ଯୋଜନା ରହିଛି।

Leave A Reply