ଆଜି ସୁନାବେଶ; ପୁରୀରେ କର୍ଫ୍ୟୁ କୋହଳ

ପୁରୀ: ପୁରୀରେ କର୍ଫ୍ୟୁ କୋହଳ କରିଛି ଜିଲା ପ୍ରଶାସନ। ବୁଧବାର ତିନିରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଗୁରୁବାର ସକାଳ ୫ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମରିଚିକୋଟ୍‌ ଛକରୁ ସିଂହଦ୍ବାର ଅଞ୍ଚଳକୁ ବାଦ୍‌ ଦେଇ ସହରର ଅନ୍ୟ ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯିବ। ସୁନାବେଶ ପାଇଁ ଗୁରୁବାର ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସିଂହଦ୍ବାର ଅଞ୍ଚଳରେ କଟକଣା ବଳବତ୍ତର ରହିବ।

Comments are closed.