ପୁରୁବାଇ କନ୍ୟାଶ୍ରମରେ ଚଢଉ

0

ପୁରୁବାଇ : କେନ୍ଦ୍ରୀୟ ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୋର ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମରେ ଚଢଉ କରାଯାଇଛି। ଏହି କନ୍ୟାଶ୍ରମରେ ୧୮୬ ଜଣ ଅନ୍ତେବାସୀ ରହୁଛନ୍ତି। ଅନ୍ତେବାସୀଙ୍କ ରହିବା, ଖାଇବା ବ୍ୟବସ୍ଥା ତଦାରଖ କରିଥିଲେ। ଦୁଇ ଜଣିଆ କେନ୍ଦ୍ରୀୟ ଦଳ କନ୍ୟାଶ୍ରମର ରୋଷେଇଶାଳା ଯାଞ୍ଚ କରିଥିଲେ। ଏହାସହ ବିଦ୍ୟାଳୟ ଯାଇନଥିବା ପିଲାମାନଙ୍କ କଥା ପଚାରି ବୁଝିଥିଲେ। ଜିଲା ଶିଶୁ ମଙ୍ଗଳ ଅଧିକାରୀ ମନୋଜ ସେନାପତୀ କେନ୍ଦ୍ରୀୟ ଦଳର ସାହାୟକ କରିଥିଲେ।

Leave A Reply