ବିବାହ ବନ୍ଧନରେ ଆବଦ୍ଧ ହେଲେ ପୂର୍ଣ୍ଣିମା

ଭୁବନେଶ୍ବର : ଅନ୍ତର୍ଜାତୀୟ ଆଥ୍‌ଲେଟ ତଥା ହେପ୍‌ଟାଥଲନ୍‌ ବିଶେଷଜ୍ଞ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଭାରତୀୟ ସେନାରେ ନିଯୁକ୍ତ ଜାତୀୟସ୍ତରର ଫୁଟବଲ ଖେଳାଳି ଅର୍ଜୁନ ଟୁଡୁଙ୍କୁ ଶନିବାର ବିବାହ କରିଛନ୍ତି। ପାରମ୍ପରିକ ନୀତି ନିୟମ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ଣ୍ଣିମାଙ୍କ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ଓ ତାଙ୍କ ପତ୍ନୀ ବିନୋଦିନୀ, ଫିଜିଓ ଡ. ଶୋଭେନ କୁମାର, ପୂର୍ବତନ ଜାତୀୟ ଫୁଟବଲ ଖେଳାଳି କୁବେର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲାର ଦୁଖିଆ ଓ ଧାନିଆ ହେମ୍ବ୍ରମଙ୍କ କନ୍ୟା ପୂର୍ଣ୍ଣିମା ଜାତୀୟସ୍ତରରେ ହେପ୍‌ଟାଥଲନ୍‌ରେ ଏକାଧିକ ସଫଳତା ପାଇବା ପରେ ୨୦୧୫ରେ ଉହାନ୍‌ରେ ଆୟୋଜିତ ଏସିଆନ ଚମ୍ପିଆନସିପ୍‌ରେ ହେପ୍‌ଟାଥଲନ୍‌ରେ ବ୍ରୋଞ୍ଜ ଓ ୨୦୧୭ରେ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ମଧ୍ୟ ବ୍ରୋଞ୍ଜ, ଏସିଆନ ଇନ୍‌ଡୋର ଓ ମାର୍ଶାଲ ଆର୍ଟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଇଷ୍ଟକୋଷ୍ଟ ରେଳବାଇରେ କାର୍ଯ୍ୟରତା ପୂର୍ଣ୍ଣିମା ଏବେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନ୍‌ସେସ୍ (କିସ୍‌)ରେ ସଞ୍ଜୟ ଗଡ଼ନାୟକଙ୍କଠାରୁ ପ୍ରଶିକ୍ଷଣ ହାସଲ କରୁଛନ୍ତି।

Comments are closed.