ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ; ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର ଶନିବାର ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି କହିଛନ୍ତି ଯେ, ବେଆଇନ ଭାବେ ଧର୍ମଶାଳାକୁ ପ୍ଲଟିଂ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ ଏ ନେଇ ଜଗନ୍ନାଥ ବସ୍ତିଆ ଏକ ଜନସ୍ବାର୍ଥ ମାମଲା କରିଥିଲେ। କୋର୍ଟ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇବାକୁ କହିଥିଲେ। ମାତ୍ର ସରକାର ଏହାକୁ କୋର୍ଟରେ ଜଣାଇ ନାହାନ୍ତି। ଆଜି ଏହି ଘଟଣା ନେଇ ସେ ପୁରୀରେ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା ପରେ ସମ୍ବିତ ପାତ୍ର ଧାରଣାରେ ବସିଥିବା ଜଣାଯାଇଛି।

 

Comments are closed.