ପୁରୀରେ ପ୍ରେମିକକୁ ହତ୍ୟା

ପୁରୀ -ପୁରୀରେ ପ୍ରେମିକକୁ ହତ୍ୟା । ପ୍ରେମିକା ଘରକୁ ଯାଇଥିବା ବେଳେ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ। ମୃତ ଯୁବକଙ୍କ ନାମ ମୁନା ପ୍ରଧାନ, ବୟସ ୨୮ ବର୍ଷ ଏବଂ ତାଙ୍କ ଘର ସଦର ଥାନା ଅନ୍ତର୍ଗତ ସମାଗରା ଗ୍ରାମରେ। ୪ ଦିନ ତଳେ ସେ ନୂଆଗାଁ ର ପ୍ରେମିକାଙ୍କ ଘରକୁ ବୋମାମାଡ କରି ଖସି ପଳାଇଥିଲେ।

ସୋମବାର ରାତିରେ ପ୍ରେମିକାଙ୍କ ଗାଁ କୁ ଯାଇଥିବା ବେଳେ କେତେକ ବ୍ୟକ୍ତି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ହାତ ଗୋଡ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଇଥିଲେ। ସଦର ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ରାସ୍ତାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments are closed.