ଅଶାନ୍ତ ପୁରୀ: ଗୁଳିମାଡ଼ ପରେ ଛୁରାମାଡ଼

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀ ଅଶାନ୍ତ ହୋଇପଡ଼ିଛି। ଆଜି ଜନଗହଳିପୂର୍ଣ୍ଣ ଶ୍ରୀ ମନ୍ଦିର ମେଘନାଦ ପ୍ରାଚୀର ଠାରୁ ମାତ୍ର ୧୦ ମିଟର ଦୂରରେ ଜଣେ ଯୁବକକୁ ଗୁଳିମାଡ଼ର କେଇ ଘଣ୍ଟା ପରେ ସହରରେ ଅନ୍ୟ ଜଣେ ଯୁବକକୁ ଛୁରାମାଡ଼ କରିଥିବା ଜଣାପଡ଼ିଛି। ବଡ଼ଦାଣ୍ଡର ମାଉସୀମା ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଜଣେ ଯୁବକ ଗୁରୁତର ହୋଇଛି। ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି।

Comments are closed.