ଆଜି ସୁନାବେଶ, ମଧ୍ୟରାତ୍ର ଯାଏଁ ଦୂରଦର୍ଶନରେ ଦର୍ଶନ

ପୁରୀ: ଆଡ଼ପମଣ୍ଡପ ଯାତ୍ରା ଶେଷକରି ମଙ୍ଗଳବାର ବାହୁଡ଼ିଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛି ତିନିରଥ। ବିନାଭକ୍ତରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ବୁଧବାର ରଥ ଉପରେ ଶ୍ରୀଜୀଉଙ୍କୁ ଆକର୍ଷଣୀୟ ସୁନାବେଶ କରାଯିବ। ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ପରଂବ୍ରହ୍ମ। କରୋନା କଟକଣା ଯୋଗୁଁ ଘରେ ବସି ଦୂରଦର୍ଶନ ମାଧ୍ୟମରେ ପ୍ରଭୁଙ୍କ ସୁନାବେଶ ଦେଖିବେ ଶ୍ରଦ୍ଧାଳୁ। ସୁନାବେଶ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଅପରାହ୍ଣ

୪ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇ ୫ଟା ୩୦ସୁଦ୍ଧା ଶେଷହେବ। ରାତି ୧୨ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିବାର ସୁଯୋଗ ମିଳିବ। ବିଳମ୍ବିତ ରାତିରେ ରଥଉପରେ ଗରୁଡ ଶୟନ ନୀତି ସମ୍ପନ୍ନ ହେବା କାର୍ଯ୍ୟକ୍ରମ ରହିଛି। ସାନ୍ଧ୍ୟ ଆଇନ ବଳବତ୍ତର ଥିବାରୁ କୌଣସି ଭକ୍ତଙ୍କୁ ରଥ ନିକଟକୁ କିମ୍ବା ବଡଦାଣ୍ଡକୁ ଯିବା ପାଇଁ ଅନୁମତି ମିଳିବ ନାହିଁ।

Comments are closed.